fbpx
BSKY SKY
BSKY SKY

ମୋଦୀ ଜଣେ ଶକ୍ତିଶାଳୀ ‘ବ୍ରାଣ୍ଡ’: ପ୍ରଧାନମନ୍ତ୍ରୀଙ୍କ ୫ଟି ବଡ଼ କ୍ୱାଲିଟି ପାଇଁ ସେ ଭାରତ ନୁହେଁ ବିଶ୍ୱରେ ମଧ୍ୟ ଏକ ନମ୍ବର

BSKY

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୩ତମ ଜନ୍ମଦିବସ ପାଳନ କରିବେ । ଗତ ଦୁଇ ଦଶନ୍ଧି ଧରି ମୋଦୀ ଦେଶରେ ଏକ ‘ବ୍ରାଣ୍ଡ’ ଭାବେ ଉଭା ହୋଇଛନ୍ତି । ମୋଦୀଙ୍କ ରାଜନୈତିକ ରଣନୀତି ଆଗରେ ବିରୋଧୀମାନେ ମଧ୍ୟ ଫେଲ୍ ମାରିଛନ୍ତି । ମୋଦୀ ୧୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓ ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳି ଆସିଛନ୍ତି ।

ଦୀର୍ଘ ୨୦ ବର୍ଷରରୁ ଅଧିକ ସମୟ ଧରି କ୍ଷମତାରେ ରହିବା ଏକ ସାଧାରଣ କଥା ନୁହେଁ । କେବଳ ଭାରତର ନୁହେଁ, ବିଶ୍ୱରେ ମଧ୍ୟ ମୋଦୀ ଏକ ନମ୍ବର ନେତାର ମାନ୍ୟତା ଲାଭ କରିଛନ୍ତି । ଆମେରିକା, ଋଷ, ବ୍ରିଟେନ, ଫ୍ରାନ୍ସ, ଚୀନ ପରି ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ମୋଦୀଙ୍କ ଚମକ ଆଗରେ ଫିକା ପଡ଼ିଛନ୍ତି । କେବଳ ଥରେ ନୁହେଁ ଏକାଧିକ ସର୍ଭେରେ ସମସ୍ତଙ୍କୁ ପଛରେ ପକାଇ ମୋଦୀ ଦୁନିଆର ସର୍ବାଧିକ ଲୋକପ୍ରିୟ ନେତା ଭାବେ ପରିଗଣିତ ହୋଇଛନ୍ତି । ତେବେ ମୋଦୀଙ୍କ ପାଖରେ ଏପରି କିଛି କ୍ୱାଲିଟି ରହିଛି ଯାହାଦ୍ୱାରା ସେ ସଫଳତାରେ ସୁଉଚ୍ଚରେ ପହଞ୍ଚିବାରେ ସକ୍ଷମ ହୋଇପାରିଛନ୍ତି । ଏହି ସଫଳତା ପଛରେ ୫ଟି ବଡ଼ ପଏଣ୍ଟ ରହିଛି, ଯାହା ମୋଦୀଙ୍କୁ ଅନ୍ୟ ନେତା ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଠାରୁ ସ୍ୱତନ୍ତ୍ର କରିପାରିଛି ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି ।

୧- ମୋଦୀଙ୍କ ନେତୃତ୍ୱରେ ପାର୍ଟି ସର୍ବଦା ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ରହିଥାଏ । ୧୫ ବର୍ଷ ପୂର୍ବରୁ ରାଜନୈତିକ ଦଳମାନେ ଏକ-ଦେଢ଼ ବର୍ଷ ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିଲେ । ମାତ୍ର ମୋଦୀ ଉକ୍ତ ଟ୍ରେଣ୍ଡକୁ ବଦଳାଇବା ସହିତ ନିର୍ବାଚନ ପ୍ରସ୍ତୁତିକୁ ନିଜର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାମିଲ କରିଛନ୍ତି । ନିର୍ବାଚନ ଫଳାଫଳ ଯାହା ହେଉନା କାହିଁକି, ସମସ୍ତଙ୍କୁ ନେଇ ଆଗକୁ ବଢ଼ିବାକୁ ମୋଦୀ ସର୍ବଦା ଆହ୍ୱାନ ଦେଇ ଆସିଛନ୍ତି ।

୨- ମୋଦୀଙ୍କର ରଣନୀତି, କାମ କରିବାର ତରିକା, ସୁଢଙ୍ଗରେ ବକ୍ତବ୍ୟ ଉପସ୍ଥାପନ, ସଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବା, ବିନା ଛୁଟିରେ କାମ କରିବା ଆଦି ଅନେକ କ୍ୱାଲିଟି ରହିଛି, ଯାହାକି ପରୋକ୍ଷ ଭାବେ ବିପକ୍ଷଙ୍କ ଉପରେ ଚାପ ପକାଇ ପାରିଛି । ଫଳରେ ବିରୋଧୀମାନେ ମାଦୀଙ୍କର ତ୍ରୁଟି ଖୋଜିବାରେ ଅକ୍ଷମ ହୋଇପଡ଼ିଥିଲେ । ବିଭିନ୍ନ ସମୟରେ ବିରୋଧୀଙ୍କର ସମାଲୋଚନାକୁ ମୋଦୀ ସକାରାତ୍ମକ ଢଙ୍ଗରେ ଗ୍ରହଣ କରି ଦେଶବାସୀଙ୍କ ଆଗରେ ନିଜର ଏକ ସ୍ୱଚ୍ଛ ଛବି ସୃଷ୍ଟି କରିପାରିଥିଲେ ।

୩- ଗତ ଏକ ଦଶନ୍ଧି ଧରି ବିଜେପି ତା’ର ପ୍ରତ୍ୟେକ ସଫଳତାକୁ ଏକ ନିଆରା ଢଙ୍ଗରେ ପାଳନ କରିଛି, ଯାହାକି ତୃଣମୂଳ ସ୍ତରର ଜନତାଙ୍କ ନିକଟରେ ଏକ ନୂଆ ବାର୍ତ୍ତା ପହଞ୍ଚାଇଥାଏ । ମୋଦୀ ନିଜର ପ୍ରତି ଭାଷଣ, ଯୋଜନା, ପଦକ୍ଷେପ, ବିଦେଶ ଗସ୍ତକୁ ଦେଶର ବିକାଶ ସହ ଯୋଡ଼ିଛନ୍ତି । ତେଣୁ ମୋଦୀ ଦିନକୁ ଦିନ ବ୍ରାଣ୍ଡ ମୋଦୀ ଭାବେ ଉଭା ହୋଇ ପାରିଛନ୍ତି ।

୪- ‘ଶତ୍ରୁକୁ କେବେ ବି ହେୟ ଜ୍ଞାନ କରିବା ଅନୁଚିତ ।’ ଏହି ମର୍ମରେ ମୋଦୀ ଛୋଟ ବଡ଼ ପ୍ରତି ନିର୍ବାଚନକୁ କେବେ ବି ହାଲୁକା ଭାବେ ନିଅନ୍ତି ନାହିଁ । ମୋଦୀଙ୍କ ନେତୃତ୍ୱରେ ଦଳ ପଞ୍ଚାୟତ ଠାରୁ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଥାଏ । ୨୦୧୪ ପୂର୍ବରୁ ଭାଜପାର ନିର୍ବାଚନ ରଥ ଲକ୍ଷ୍ୟଠାରୁ ଦୂରରେ ରହିଥିବା ବେଳେ ମୋଦୀଙ୍କ ପରେ ଏସବୁ ସମ୍ଭବ ହୋଇ ପାରିଛି ।

୫- ମୋଦୀ ପ୍ରଥମ ଥର ପାଇଁ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେ ‘କେବଳ କଥା କହି କହି ପ୍ରଧାନମନ୍ତ୍ରୀ ହୋଇଗଲେ’ ବୋଲି ଚର୍ଚ୍ଚା ହୋଇଥିଲା । ମୋଦୀଙ୍କର ଭାଷଣର ପ୍ରଭାବ ଜନତାଙ୍କ ହୃଦୟର କେତେ ଗଭୀରତାକୁ ସ୍ପର୍ଶ କରିଥିଲା ତାହା ଏଥିରୁ ସହଜରେ ଅନୁମେୟ । ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ମୋଦୀ ଲହର ସୃଷ୍ଟି ହୋଇଥିଲା, ଯାହାର ପରିଣାମ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.