fbpx

କୋଲକାତାରେ ହଇଚଇ ସୃଷ୍ଟି କଲା ଏଡିନୋଭାଇରସ, ୨୪ଘଣ୍ଟାରେ ୫ ଶିଶୁ ମୃତ୍ୟୁ

କୋଲକାତା: ଏଡିନୋଭାଇରସ ବଢିବା କାରଣରୁ ପଶ୍ଚିମ ବଙ୍ଗଳାରେ ୨୪ ଘଣ୍ଟାରେ ପାଞ୍ଚଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ବିଭିନ୍ନ ହସ୍ପିଟାଲରେ ଶ୍ୱାସକ୍ରିୟାରେ ବାଧାପ୍ରାପ୍ତ ସହ ଜଡ଼ିତ ସଂକ୍ରମଣ କାରଣରୁ ୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଏଡିନୋଭାଇରସ ଥିଲା କି ନାହିଁ ତାହା ଡ଼ାକ୍ତର ନିଶ୍ଚିତ ନୁହଁନ୍ତି ।

ଜଣେ ଅଧିକାରୀ ଆଜି ସୂଚନା ଦେଇଛନ୍ତି ଯେ, ମଙ୍ଗଳବାର ଦିନ ୫ଟି ଶିଶୁଙ୍କ ମଧ୍ୟରୁ ୨ଟି ଶିଶୁ କୋଲକାତା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଅନ୍ୟ ୩ଜଣଙ୍କ ଚିକିତ୍ସା ଡା. ବି ସି ରାୟ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ପିଡିୟାଟ୍ରିକ ସାଂଇସେଜରେ ଚାଲିଥିଲା ।

ଏହି ୫ଜଣ ଶିଶୁଙ୍କ ମୃତ୍ୟୁ ନିମୋନିଆ କାରଣରୁ ହୋଇଛି ବୋଲି ଅଧିକାରୀ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ୯ମାସ ଶିଶୁର ରିପୋର୍ଟକୁ ଅପେକ୍ଷା କରିଛନ୍ତି । ଏହାଦ୍ୱାରା ସ୍ପଷ୍ଟ ହୋଇପାରିବ ଯେ, ଏହି ମୃତ୍ୟୁ ଏଡିନୋଭାଇରସ କାରଣରୁ ହୋଇଛି କି ନାହିଁ । ଆଜି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ, ଶ୍ୱାସ ସମସ୍ୟାକୁ ନେଇ ସରକାରୀ ହସ୍ପିଟାଲରେ ହୋଇଛି ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.