fbpx

ଔଷଧ କମ୍ପାନୀରେ ନିଆଁ: ଜଳିଗଲେ ୫ କର୍ମଚାରୀ

ନୂଆଦିଲ୍ଲୀ: ଔଷଧ କମ୍ପାନୀରେ ନିଆଁ ଲାଗିବା କାରଣରୁ ୫ କର୍ମଚାରୀ ଜଳି ଯାଇଥିବା ଖବର ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶ ଆନକାପଲ୍ଲୀ ପାରୱାଡାରେ ହୋଇଛି ଏହି ଭୟାବହ ଅଗ୍ନିକାଣ୍ଡ । ଏହି ଘଟଣାରେ ୫ ଜଳ ଜଳିଯାଇଥିବା ବେଳେ ଆହତ ହୋଇଥିବା କିଛି ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି । ତେବେ ବିଦ୍ୟୁତଚ ସର୍ଟସର୍କିଟ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.