fbpx

ଧନ କୁବେର ଥରେ ଅସନ୍ତୁଷ୍ଟ ହେଲେ ଆପଣଙ୍କ ଘରେ ଦେଖା ଦେଇଥାଏ ୫ଟି ଅଶୁଭ ସଙ୍କେତ

ମଣିଷ ଉପରେ ଧନ କୁବେରଙ୍କ ପ୍ରଭାବ ସର୍ବଦା ଦେଖିବାକୁ ମିଳିଥାଏ । ତେଣୁ ଧନ କୁବେରଙ୍କୁ ସର୍ବଦା ସନ୍ତୁଷ୍ଟ ରଖିବାକୁ କୁହାଯାଇଥାଏ । ଧନ କୁବେର ନାରାଜ ହେଲେ ଆପଣଙ୍କ ଜୀବନରେ ଦେଖାଦେଇଥାଏ ୫ଟି ଅଶୁଭ ସଙ୍କେତ । କୁବେର ମହାରାଜଙ୍କୁ ସ୍ୱର୍ଗରେ ଦେବତାଙ୍କ କୋଷାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଥାଏ । ସନାତନ ଧର୍ମରେ ଏଭଳି ଲେଖାଯାଇଛି । ଜଣଙ୍କ ଉପରେ ଥରେ ଧନ କୁବେରଙ୍କ କୃପା ହେଲେ ନିର୍ଧନ ବ୍ୟକ୍ତି ବି ଧନବାନ ହୋଇଯାଇଥାଏ । ମାତ୍ର ଧନ କୁବେର ନାରାଜ ହେଲେ ଅମୀର ବ୍ୟକ୍ତି ମଧ୍ୟ କାଙ୍ଗାଳ ହୋଇଯାଇଥାଏ । ଘରର କିଛି ଅଜବ ସଙ୍କେତ କୁବେରଙ୍କୁ ନାରାଜ କରିଦେଇଥାଏ ।

୧- ବାସ୍ତୁ ଶାସ୍ତ୍ର ଅନୁସାରେ, ଯଦି ଆପଣଙ୍କ ଘରର ଦୁଆର ବନ୍ଧ ବା କୋଣରେ ଜାଲି ରହିଥିବ ତେବେ କୁବେର ଅସନ୍ତୋଷ ପ୍ରକାଶ କରିଥାନ୍ତି । ତେଣୁ ଘରେ କେବେ ବି ଜାଲି ଲଗାଇବା ଅନୁଚିତ ।

୨- ଯେତେବେଳେ ଆପଣଙ୍କ ଅର୍ଥର ଘୋର ଅଭାବ ଦେଖାଦେବ ଓ ଆୟ ତୁଳନାରେ ଖର୍ଚ୍ଚ ବଢ଼ିବାରେ ଲାଗିବ ସେତେବେଳେ ଭାବିନେବେ କି କୁବେର ଆପଣଙ୍କ ଉପରେ ନାରାଜ ଅଛନ୍ତି । ଏପରି ଲୋକମାନେ ଚାହିଁ ବି ଧନ ସଞ୍ଚୟ କରିପାରନ୍ତି ନାହିଁ ।

୩- ଘରେ ବାରମ୍ବାର କାଚ ଭାଙ୍ଗିବା ଅଶୁଭ ସଙ୍କେତ ଦେଇଥାଏ । ଯଦି ଏପରି ଘଟଣା ବାରମ୍ବାର ଘଟୁଛି ତେବେ ଭାବିନେବେ ଆଗକୁ ଆପଣଙ୍କ ଉପରେ କୌଣସି ସଙ୍କଟ ଆସୁଛି ।

୪- ଯଦି ପୂଜା କରିବା ସମୟରେ ଅଚାନକ ଦୀପ ଲିଭିଯାଏ ତେବେ ତାହାକୁ ବଡ଼ ଅଶୁଭ ସଙ୍କେତ ମାନାଯାଏ । ଏହା ଦେବୀ-ଦେବତାଙ୍କର ନାରାଜର ସଙ୍କେତ ଦେଇଥାଏ ।

୫- ଯଦି ଆପଣଙ୍କ ଘର ନିକଟରେ ବିଲେଇ କାନ୍ଦିବାର ଶବ୍ଦ ଶୁଣାଯାଏ, ତେବେ ତାହା ଏକ ଅଶୁଭ ସଙ୍କେତ ଅଟେ ସେହିପରି ବିଲେଇ ରାସ୍ତା କାଟିବା ମଧ୍ୟ ଅଶୁଭ ହୋଇଥାଏ ।

Get real time updates directly on you device, subscribe now.