fbpx

ସପ୍ତଶଯ୍ୟା ଜଙ୍ଗଲରେ ୫ ଛାତ୍ର ନିଖୋଜ, ଚାଲିଛି ଛାନଭିନ

Advertisement

ଢେଙ୍କାନାଳ: ସପ୍ତଶଯ୍ୟା ଜଙ୍ଗଲରେ ୫ ଛାତ୍ର ନିଖୋଜ । ଢେଙ୍କାନାଳ ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ। ବୁଲିବାକୁ ଆସି ପାହାଡ ଉପରକୁ ଯାଇ ଛାତ୍ରମାନେ ଫେରି ପାରୁନାହାନ୍ତି । ବାଟବଣା ଛାତ୍ରମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି । ଢେଙ୍କାନାଳ ବନ ବିଭାଗ ପକ୍ଷରୁ ଖୋଜା ଖୋଜି ଜାରି ରହିଛି । ସନ୍ଧ୍ୟା ପରେ ବାଟ ନପାଇ ବାଟବଣା ହୋଇଯାଇଛନ୍ତି ।

ନିଖୋଜ ଛାତ୍ର ହେଲେ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ ଦାସ,ସୁଜିତ ସାହୁ ଓ ଲକି ଦାସ ।

ପାହାଡ଼ିଆ ଅଞ୍ଚଳରେ ନେଟଓ୍ବର୍କ ଆସୁ ନ ଥିବାରୁ ଛାତ୍ରମାନେ ପ୍ରଥମେ ଏ ନେଇ କାହା ସହିତ ଯୋଗାଯୋଗ କରିପାରି ନ ଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ ନେଟଓ୍ବର୍କ ଆସିବାରୁ ଛାତ୍ରମାନେ ଏ ସମ୍ପର୍କରେ ପ୍ରଥମେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଖବରପାଇ ପୁଲିସ ଏବଂ ବନ ବିଭାଗ କର୍ମଚାରୀମାନେ ରାତିରେ ଜଙ୍ଗଲରେ ଛାତ୍ରମାନଙ୍କୁ ଖୋଜିବାକୁ ପ୍ରୟାସ ଚଳାଇଛନ୍ତି। ଛାତ୍ରମାନେ ଲାଇଭ ଲୋକେଶନ ଶେୟାର କରିଥିବା କୁହାଯାଉଛି। ରାତି ହୋଇଥିବାରୁ ଛାତ୍ରମାନଙ୍କୁ ଠାବ କରିବାରେ ସମସ୍ୟା ହେଉଥିବା ସୂଚନା ମିଳିଛି।

Get real time updates directly on you device, subscribe now.