fbpx

ନୋଟବନ୍ଦୀକୁ ପୁରିଲା ୫ ବର୍ଷ, ଜାଣନ୍ତୁ ଏଥିରୁ କଣ ହେଲା ଫାଇଦା…

ନୂଆଦିଲ୍ଲୀ: ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ପ୍ରଥମ କାର୍ଯ୍ୟକାଳରେ ଦେଶରେ ସମସ୍ତଙ୍କୁ ଏକ ଆଚମ୍ବିତ କରିବା ପରି ଏକ ଘୋଷଣା କରିଥିଲେ । ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ କୁ ବନ୍ଦ କରିଦେଇଥିଲେ । ତେବେ ଏହି ନୋଟବନ୍ଦୀ ବା ବିମୁଦ୍ରୀକରଣକୁ ୫ ବର୍ଷ ପୁରିଛି । ନୋଟବନ୍ଦୀ ପରେ ଆମ ଦେଶକୁ ପ୍ରଥମ ଥର ୨୦୦୦ ଓ ୨୦୦ ଟଙ୍କିଆ ନୋଟ୍ ଆସିଥିଲା । ଏଥିସହିତ ୫୦୦, ୧୦୦, ୫୦ ଓ ୨୦ ଟଙ୍କାର ନୂତନ ନୋଟ୍ ଆସିଥିଲା । ଯାହା ଏବେ ପ୍ରଚଳନ ହେଉଛି । ତେବେ ନୋଟ୍ ବନ୍ଦୀ ପରଠାରୁ ୧୦୦୦ ଟଙ୍କିଅରା ନୋଟ୍ ଏବେ ଯାଏ ଆସିନାହିଁ ।

ତେବେ ଏହି ନୋଟବନ୍ ଦୀର ପ୍ରମୁଖ ଲକ୍ଷ୍ୟ ଥିଲା କଳାଧନକୁ ସମାପ୍ତ କରିବା । ଏହି ଲକ୍ଷ୍ୟ ନେଇ ନୋଟବନ୍ଦୀ କରାଯାଇଥିଲା । କଳାଧନ ଅର୍ଥ ହେଉଛି ଯେଉଁ ମାନଙ୍କ ବ୍ୟାଙ୍କିଙ୍କ ପ୍ରଣାଳୀର କିଛି ହିସାବ ନାହିଁ ଏବଂ ଯେଉଁ ମୋଟା ଅଙ୍କର ଟଙ୍କାକୁ ସରକାରଙ୍କୁ ଟ୍ୟାକ୍ସ ଆକାରରେ ଦିଆଯାଏ ନାହିଁ । ହେଲେ ଆରବିଆଇ ଅନୁସାରେ, ନୋଟବନ୍ଦୀ ପରେ ପାଖାପାଖି ପୂରା ଟଙ୍କା (୯୯ ପ୍ରତିଶତ) ଯାହା ବ୍ୟାନ୍ କରାଯାଇଥିଲା ତାହା ବ୍ୟାଙ୍କିଙ୍କ୍ ସିଷ୍ଟମ୍ କୁ ଫେରି ଆସିଲା । ୧୫.୪୧ ଲକ୍ଷ କୋଟି ଟଙ୍କାର ବ୍ୟାନ୍ ହୋଇଥିବା ନୋଟ୍ ମଧ୍ୟରୁ ୧୫.୩୧ ଲକ୍ଷ କୋଟି ଟଙ୍କାର ନୋଟ୍ ଫେରି ଆସିଲା ।

ସେହିପରି ନୋଟବନ୍ଦୀର ଦ୍ୱିତୀୟ ସବୁଠାରୁ ବଡ଼ ଲକ୍ଷ୍ୟ ହେଲା ନକଲି ନୋଟ୍ କୁ ସମାପ୍ତ ,କରିବା । ତେବେ ଯଦି ପୂରା ପରିସ୍ଥିତି ଉପରେ ନଜର ପକାଇବା ତେବେ ୨୦୧୬ରେ ଅର୍ଥାତ୍ ଯେଉଁ ବର୍ଷ ନୋଟବନ୍ଦୀ ଘୋଷଣା କରାଯାଇଥିଲା, ସେହି ବର୍ଷ ପୂରା ଦେଶରେ ୬.୩୨ ଲକ୍ଷ ନକଲି ନୋଟ୍ ଜବତ କରାଯାଇଥିଲା । ନୋଟବନ୍ଦୀ ପରେ ଚାରି ବର୍ଷ ମଧ୍ୟରେ ୧୮.୮୭ ଲକ୍ଷର କେବଳ ନକଲି ନୋଟ୍ ଜବତ କରାଯାଇଛି । ୨୦୧୯-୨୦ ମଧ୍ୟରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଚିହ୍ନଟ ହୋଇଥିବା ମୋଟ ନକଲି ନୋଟ ମଧ୍ୟରୁ ୪.୬ ପ୍ରତିଶତ ରିଜର୍ଭ ବ୍ୟାଙ୍କ ଏବଂ ୯୫.୪ ପ୍ରତିଶତ ଅନ୍ୟ ବ୍ୟାଙ୍କ ଦ୍ୱାରା ଚିହ୍ନଟ ହୋଇଛି। ଏହି ପରିସଂଖ୍ୟାନ ଆଧାରରେ, ଆମେ କହିପାରିବା ଯେ ବିମୁଦ୍ରୀକରଣ ସତ୍ତ୍ୱେ ନକଲି ନୋଟ୍ ର ପ୍ରଚାର ଏବଂ ଉତ୍ପାଦନ ବନ୍ଦ ହୋଇନାହିଁ ।

ଅନ୍ୟପଟେ ବିମୁଦ୍ରୀକରଣ ପରେ ଦେଶରେ ଅନଲାଇନ୍ ଟ୍ରାନଜାକ୍ସନ୍ କୁ ଅନେକ ଉତ୍ସାହିତ କରାଗଲା । ୨୦୧୪ ରେ ଲଞ୍ଚ ହୋଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କଥା ଯଦି କହିବା ତେବେ ଏହା ଅଧୀନରେ ୪୩ କୋଟି ଲୋକ ବ୍ୟାଙ୍କ ଖାତା ଖୋଲିଥିଲେ ଓ ସେଥିରେ ମୋଟ ଜମା ରାଶି ୧.୪୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିଲା । ଖାଲି ସେତିକି ନୂହେଁ କ୍ରେଡିଟ୍ କାର୍ଡ ମଧ୍ୟ ବୃଦ୍ଧି ପାଇଲା । ଆରବିଆଇ ତଥ୍ୟ ଅନୁସାରେ, ୨୦୧୫-୧୬ ଆର୍ଥିକ ବର୍ଷରେ ୨ କୋଟି ୫ ଲକ୍ଷ କ୍ରେଡିଟ୍ କାର୍ଡ ଜାରି କରାଗଲା । ଅନ୍ୟପଟେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହିୀ ସଂଖ୍ୟା ୪ କୋଟି ର୮୯ ଲକ୍ଷରେ ପହଞ୍ଚିଥିଲା ।

Get real time updates directly on you device, subscribe now.