fbpx

ପିପିଲିରୁ ଜବତ ହେଲା ୫୦ ଲକ୍ଷ ଟଙ୍କା, ଦୁଇ ଅଟକ

ପୁରୀ, ୫ା୪ (ଓଡିଶା ଭାସ୍କର) : ପିପିଲି ନିର୍ବାଚନକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ରହିଥିବା ବେଳେ ସମସ୍ତଙ୍କ ନଜର ନିର୍ବାଚନ ଉପରେ । ତେବେ ଏହା ମଧ୍ୟରେ ଏକ ସଙ୍ଗୀନ ଖବର ସାମାନାକୁ ଆସିଛି । ଆଜି ପୁରୀ ପିପିଲି ତରାକାଳ ଛକରୁ ୫୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ୍ । ବାଇକ୍ ରେ ୨ ଜଣ ଯୁବକ ୫୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନେ ଟଙ୍କା ନେଇ ଯାଉଥିବା ପଲସର୍ ବାଇକ୍ କୁ ମଧ୍ୟ ପୋଲିସ୍ ଜବତ କରିଛି । ତେବେ ଉକ୍ତ ଦୁଇ ଯୁବକ ବଳଙ୍ଗା ଅଞ୍ଚଳର ହୋଇଥିବା ସୁଚନା ମିଳିଛି । ପୋଲିସ୍ ଏବେ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ହେଲେ ଏତେ ପରିମାଣର ଟଙ୍କା କାହିଁକି ଏବଂ କାହାକୁ ଦେବା ପାଇଁ ନିଆଯାଉଥିଲା ତାହା ଏଯାବତ୍ ସ୍ପଷ୍ଟ ରୁପେ ଜଣାପଡି ନାହିଁ ।

ତେବେ ଏତେ ପରିମାଣର ଟଙ୍କା ପିପିଲି ନିର୍ବାଚନରେ ଲୋକଙ୍କୁ ଆକୃଷ୍ଟ କରିବାକୁ ନିଆଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ପୋଲିସ୍ ଅଧିକାରୀଙ୍କ ପାଖରୁ କୌଣସି ସୁଚନା ମିଳିନାହିଁ ।

Get real time updates directly on you device, subscribe now.