ମୁମ୍ବାଇ: ଦେଶର ସବୁଠୁ ବଡ ବ୍ୟାଙ୍କ ଏସ୍ବିଆଇର ରିପୋର୍ଟରେ ନୂତନ ନିଯୁକ୍ତି ସୃଷ୍ଟି ନେଇ ଆଶା ପ୍ରକାଶ କରାଯାଇଛି । ମୁଖ୍ୟ ଅର୍ଥଶାସ୍ତ୍ରୀ ସୌମ୍ୟ କାନ୍ତି ଘୋଷ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ଶ୍ରମ ବଜାରର ଗତିବିଧି ଆହୁରି ବଢିବ । କମ୍ପାନୀ ଆଗାମୀ ସମୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ । ମହାମାରୀର ଦ୍ୱିତୀୟ ଲହର ପରେ ବଢିଥିବା ବେରୋଜଗାର ଏବଂ ଅର୍ଥ ବ୍ୟବସ୍ଥାରେ ଶ୍ରମ ଭାଗିଦାରୀ ହ୍ରାସକୁ ନେଇ ଚିନ୍ତା ପ୍ରକାଶ କରାଯାଉଛି । ଏମିତି ସମୟରେ ଅର୍ଥଶାସ୍ତ୍ରୀଙ୍କ ଉପରୋକ୍ତ ସୂଚନା ନିଶ୍ଚିତ ରୂପେ ଦେଶବାସୀଙ୍କ ମନରେ ରୋଜଗାରକୁ ନେଇ ନୂତନ ଆଶାର କିରଣ ଜାଗ୍ରତ କରିବ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ ଅର୍ଥାତ ସିଏମ୍ଆଇଆଇ ଅନୁଯାୟୀ କେବଳ ଅଗଷ୍ଟ ମାସରେ ୧୫ ଲକ୍ଷ ଭାରତୀୟଙ୍କ ହାତରୁ ରୋଜଗାର ଚାଲିଯାଇଛି । ଏଥିରୁ ୧୩ ଲକ୍ଷ ଗ୍ରାମାଞ୍ଚଳ ବୋଲି ଜଣାପଡିଛି ।
ଏସ୍ବିଆଇର ଅର୍ଥଶାସ୍ତ୍ରୀଙ୍କ ରିପୋର୍ଟ ଅନୁଯାୟୀ, ଜୁନ ତ୍ରୈମାସରେ ୩୦.୭୪ ଲକ୍ଷ ନିୟମିତ ନିଯୁକ୍ତି ଲୋକଙ୍କୁ ମିଳିଛି । ଏଥିରୁ ୧୬.୩ ଲକ୍ଷ ନୂତନ ନିଯୁକ୍ତ ରହିଛି । ଏହିସବୁ ପ୍ରଥମ ଥର ଇପିଏଫ୍ଓରେ ଯୋଗ ଦେଇଛନ୍ତି । ଯଦି ନୂତନ ନିଯୁକ୍ତ ସୁଯୋଗ ଏମିତି ବଢିବ ତେବେ ୨୦୨୧- ୨୨ରେ ୫୦ ଲକ୍ଷ ଅତିକ୍ରମ କରିପାରେ ଯାହା ୨୦୨୦-୨୧ରେ ୪୪ ଲକ୍ଷ ଥିଲା । ରିପୋର୍ଟରେ ଆଶା କରାଯାଇଛି ଯେ, ଆର୍ଥକ ବର୍ଷ ୨୦୨୧-୨୨ରେ ୫୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଅନୁମାନ କରାଯାଉଛି ।