fbpx
BSKY SKY
BSKY SKY

ପର୍ସନାଲ୍ ଟ୍ୟୁସନ୍ କରିବା ନାଁରେ ୧୪ ବର୍ଷ ଛାତ୍ରଙ୍କୁ ୩ଥର ଦୁର୍ଷ୍କମ କରିଛନ୍ତି ଶିକ୍ଷୟତ୍ରୀ, ପୋଲିସ୍ କଲା ଗିରଫ

BSKY

ନୂଆଦିଲ୍ଲୀ: ଜଣେ ମହିଳା ଶିକ୍ଷକଙ୍କ ଏପରି ଲଜ୍ଜାଜନକ କାର୍ୟ୍ୟ ସାମ୍ନାକୁ ଆସିଛି, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ। ପିଲାଟିକୁ ପାଠ ପଢେଇବା ନାମରେ ଏମିତି ଏକ କାର୍ୟ୍ୟ କରିଛନ୍ତି ଯାହା ସମ୍ମାନିତ ଶିକ୍ଷକଙ୍କ ମାନ୍ୟତାକୁ କ୍ଷୁର୍ଣ୍ଣ କରିଛି । ଜଣେ ୩୯ ବର୍ଷୀୟ ବିବାହିତ ଶିକ୍ଷୟତ୍ରୀ ଯୌନ ଭୋକ ମେଣ୍ଟଇବାକୁ ଯାଇ ୧୪ ବର୍ଷର ଛାତ୍ର ସହିତ ଖୁବ୍ ଲଜ୍ଜାଜନକ କାର୍ୟ୍ୟ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ୩୯ ବର୍ଷିୟ ଶିକ୍ଷକ କ୍ରିଷ୍ଟାଲ ଜ୍ୟାକସନ ବିବାହିତ। ସେ କାଲିଫର୍ନିଆର ମାଉଣ୍ଟେନ୍ ଭ୍ୟୁ ଇଣ୍ଡିପେଣ୍ଡେଣ୍ଟ ବିଦ୍ୟାଳୟରେ ଫ୍ରିଲାନ୍ସ ଶିକ୍ଷକ ଭାବରେ କାର୍ୟ୍ୟ କରୁଛନ୍ତି ଜ୍ଝ ଏହା ବ୍ୟତୀତ ସେ ସପ୍ତାହରେ ଥରେ ୱାନ୍ ଟୁ ୱାନ ସେସନ୍ ପାଇଁ ଡନଲୋପ୍ ଲିଡରସିପ୍ ଏକାଡେମୀ (ଊଖଇ) କୁ ଯାଉଥିଲେ ଜ୍ଝ ଅଧ୍ୟୟନ କରିବାକୁ ଊଖଇ କୁ ଆସୁଥିବା ୧୪ ବର୍ଷର ଶିଶୁ ଉପରେ କ୍ରିଷ୍ଟାଲ ଜ୍ୟାକସନଙ୍କ ଫିକ୍ସିଂ ଖରାପ ହୋଇଗଲା । ସେ ଉକ୍ତ ଛାତ୍ର ସହିତ ଦୁଷ୍କର୍ମ କରିଥିଲେ । ଗୋଟିଏ ଥର ନୁହେଁ ବରଂ ତିନି ଥର ଦୁଷ୍କର୍ମ କରିଛନ୍ତି ।

କ୍ରିଷ୍ଟାଲ ପ୍ରଥମେ ଛାତ୍ର ଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ, ଓ ପରେ ତାଙ୍କ ସହିତ ଯୌନ ସମ୍ପର୍କ ରଖିଥିଲେ । ପିଲାଟି ସହିତ ଶିକ୍ଷୟତ୍ରୀ ଓରାଲ୍ ସେକ୍ସ କରିଥିବା ଜଣାପଡ଼ିଛି । ତେବେ ଗୋଟିଏ ବର୍ଷ ପରେ କ୍ରିଷ୍ଟାଲ ଜ୍ୟାକସନ ଦୋଷୀ ସାବ୍ୟସ୍ତ ହେବା ପରେ ଗିରଫ କରାଯାଇଛି । ତେବେ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ସ୍ଥାନୀୟ ପୋଲିସ କହିଛି ଯେ ପିଲାଟି ସୁରକ୍ଷିତ ଅଛି, ହେଲେ ସନ୍ଦେହ କରାଯାଉଛି ଯେ ଏହି ଶିକ୍ଷୟତ୍ରୀ ଆଗରୁ ଆଉ କେତେ ଜଣଙ୍କ ସହ ଏପରି କରିଥାଇ ପାରନ୍ତି ।

Get real time updates directly on you device, subscribe now.