fbpx

ତୃତୀୟ ଲହର ମୁଁହା ଓଡିଶା, ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୬୦୯ ପଜିଟିଭ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଥମୁଥିବାରୁ ସରକାର କଟକଣାକୁ କୋହଳ କରିଛନ୍ତି । ହେଲେ ତୃତୀୟ ଲହରର ଆଶଙ୍କା ଥିବାରୁ ନିୟମ ମାନି ଚାଲିବାକୁ ନିର୍ଦେଶ ଦେଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୨୨ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୩୫୪ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୫୫ ଜଣ ଚିହ୍ନଟ ହୋଇଛନ୍ତି । ପିଲା ମାନଙ୍କୁ ଭାଇରସ ବ୍ୟାପୁଥିବାରୁ ଭୟ ବଢିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୧୨, ୧୬୭କୁ ବୃଦ୍ଧି ପାଇଛି। ୯, ୯୭, ୦୬୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୬, ୯୯୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୮୮ ଜଣ ସଂକ୍ରମିତ ।

Get real time updates directly on you device, subscribe now.