fbpx

IIT ଆଡମିସନ ଫିସ୍ ୫୦ ପ୍ରତିଶତ ଛାଡ଼: ଛାତ୍ରଛାତ୍ରୀଙ୍କ ପାଇଁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପାଠ ପଢ଼ିବା ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କର ଏକ ସ୍ୱପ୍ନ ଥାଏ । ତେବେ ଏହି ବଡ଼ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ମୋଟା ଅଙ୍କର ଅର୍ଥ ଜମା କରିବାକୁ ପଡ଼ିଥାଏ । ତେଣୁ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ଏକ୍ଷେତ୍ରରେ ଶିକ୍ଷାଦାନରୁ ବଞ୍ଚିତ ହୋଇଥାନ୍ତି । ତେବେ ଏନେଇ ଛାତ୍ରଛାତ୍ରଙ୍କ ପାଇଁ ଏକ ବଢ଼ିଆ ସୁଯୋଗ ଆସିଛି । ଛାତ୍ରଛାତ୍ରୀମାନେ ୫୦ ପ୍ରତିଶତ ରିହାତିରେ ଆଡମିସନ କରିପାରିବେ ।

ଏନେଇ ଡିଜିଟାଲ ଟ୍ରାନ୍ସଫର୍ମେସନ କମ୍ପାନୀ ସଦରଲ୍ୟାଣ୍ଡ ଆଇଆଇଟି ମାଡ୍ରାସ ସହ ଏକ ବୁଝାମଣା କରିଛି । ଏହି ବୁଝାମଣା ଅନୁଯାୟୀ, ଆର୍ଥିକ ଦୁର୍ବଳ ଶ୍ରେଣୀର ୧୦ ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ । ଏଥିରେ ବିଦ୍ୟାର୍ଥୀମାନେ ୫୦ ପ୍ରତିଶତ ପର୍ଯ୍ୟନ୍ତ ନାମଲେଖା ଫିସ୍ ଛାଡ଼ ପାଇପାରିବେ । ସ୍କଲାରଶିପ୍ ଫଣ୍ଡିଂ ଜରିଆରେ ଛାତ୍ରଛାତ୍ରୀମାନେ ନ୍ୟାସନାଲ ପ୍ରୋଗ୍ରାମ ଅନ୍ ଟେକ୍ନୋଲୋଜି ଏନହାନ୍ସଡ ଲର୍ଣ୍ଣିଂ (ଏନପିଟିଇଏଲ) ଅନଲାଇନ କୋର୍ସରେ ସାର୍ଟିଫିକେଟ ହାସଲ କରିବାର ସୁଯୋଗ ପାଇପାରିବେ ।

ଦେଶର ୧୮ଟି ରାଜ୍ୟର ୧୬୦ଟି କଲେଜର ଦଶ ହଜାର ଛାତ୍ରଛାତ୍ରୀଙ୍କୁ ସଦରଲ୍ୟାଣ୍ଡ କମ୍ପାନୀ ସହାୟତା ପ୍ରଦାନ କରୁଛି । ସଦରଲ୍ୟାଣ୍ଡର ସହାୟତାରେ ଛାତ୍ରଛାତ୍ରୀମାନେ ଏନପିଟିଇଏଲ ସାର୍ଟିଫିକେଟ ହାସଲ କରିପାରିବେ । ଏନପିଟିଇଲ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଏକ ପ୍ରୋଜେକ୍ଟ ଭାବେ କାମ କରୁଛି । ଗତ ୨୦୦୩ରେ ଆଇଆଇଟି ବେଙ୍ଗାଲୁରୁ ସହିତ ଆଇଆଇଟି ବମ୍ବେ, ଦିଲ୍ଲୀ, କାନପୁର, ମାଡ୍ରାସ, ଗୁଆହାଟୀ, ରୁରକୀରେ ଏହା ଆରମ୍ଭ କରାଯାଇଥିଲା । ଆଇଆଇଟିରେ ପଢ଼ିବା ନେଇ ଆଶାୟୀଙ୍କ ସ୍ୱପ୍ନ ପୂରଣ କରିବା ଏହି ଗୁଣବତ୍ତା ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

Get real time updates directly on you device, subscribe now.