fbpx

Harvard ବୈଜ୍ଞାନିକଙ୍କ ବଡ଼ ସନ୍ଧାନ: ୫୦ ବର୍ଷର ବ୍ୟକ୍ତି ଦେଖାଯିବ ୩୦ ବର୍ଷୀୟ ପରି, ବୃଦ୍ଧାବସ୍ଥାରେ ବି ଯୁବକଙ୍କ ଭଳି ଚଳଚଞ୍ଚଳ ଓ ଶକ୍ତିଶାଳୀ ହେବ ମଣିଷ!

ନୂଆଦିଲ୍ଲୀ: ଆଜିକାଲି ଯୁବକ ତଥା ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଛନ୍ତି । ଅନେକ ଲୋକ ଯୋଗ ଓ ବ୍ୟାୟାମ ମଧ୍ୟ କରିଥାନ୍ତି । ମାତ୍ର ଏସବୁର ବିଶେଷ ପ୍ରଭାବ ଶରୀର ଉପରେ ପଡ଼େ ନାହିଁ । ଶରୀରର କୋଷିକାଗୁଡ଼ିକ ଧୀମା ପଡ଼ିଯିବା ଫଳରେ ମଣିଷ ଅଧିକ ବୟସ୍କ ଦେଖାଯାଇଥାଏ ବୋଲି କୁହାଯାଏ ।

ମାତ୍ର ବୈଜ୍ଞାନିକମାନେ ଏ ବାବଦରେ ଅଲଗା ତଥ୍ୟ ଦେଉଛନ୍ତି । ନିକଟରେ ହାର୍ଭାର୍ଡ ମେଡିକାଲ ସ୍କୁଲ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ବୃଦ୍ଧ ଓ ଦୁର୍ବଳ ଦେଖାଯାଉଥିବା ମୂଷା କ୍ଷେତ୍ରରେ ଏହି ପରୀକ୍ଷା କରାଯାଇଥିଲା । ତେବେ ମୂଷାଟି ପୁଣି ଥରେ ଯୁବାବସ୍ଥା ଫେରିପାଇଥିବା ଜଣାପଡ଼ିଛି । ତେବେ ଏହି ପ୍ରୋସେସକୁ ଓଲଟା ଢଙ୍ଗରେ କରାଯାଇ ପାରିବ ।

ବୟସ୍କମାନେ କିପରି ଯୁବକଙ୍କ ପରି ଚଳଚଞ୍ଚଳ ହୋଇପାରିବେ, ସେନେଇ ଦୀର୍ଘ ବର୍ଷ ଧରି ବୈଜ୍ଞାନିକମାନେ ଗବେଷଣା କରି ଆସୁଥିଲେ । ମାତ୍ର ଏବେ ସେ କ୍ଷେତ୍ରରେ ବୈଜ୍ଞାନିକମାନେ ସଫଳତା ହାସଲ କରିଛନ୍ତି । ହାର୍ଭାର୍ଡ ୟୁଭରସିଟିର ବିଶେଷଜ୍ଞମାନେ କହିଛନ୍ତି, ଏହି ରିସର୍ଚ୍ଚ ଉପରେ ଭରସା କଲେ ଆଗାମୀ ଦିନରେ ୫୦ ବର୍ଷର ମଣିଷ ୩୦ ବର୍ଷର ଯୁବକ ପରି ଶକ୍ତି ଶକ୍ତିଶାଳୀ ହେବା ସହ ଚର୍ମ ମଧ୍ୟ ଯୁବସୁଲଭ ପରି ଦେଖାଯିବ ।

ନିକଟରେ କରାଯାଇଥିଲା ରିସର୍ଚ୍ଚରେ ବୋଷ୍ଟନ ଲ୍ୟାବରେ ଏକ ଦୁର୍ବଳ ଓ ବୃଦ୍ଧ ମୂଷାକୁ ସୁସ୍ଥ ଓ ମଜବୁତ ମୂଷାରେ ପରିବର୍ତ୍ତନ କରାଯାଇଛି । ଏପରିକି ବୟସ କାରଣରୁ ଦୁର୍ବଳ ହୋଇଯାଇଥିବା ମୂଷାର ଦୃଷ୍ଟିଶକ୍ତି ମଧ୍ୟ ଫେରି ଆସିଛି । ହାର୍ଭାର୍ଡ ମେଡିକାଲ ସ୍କୁଲ ଓ ବୋଷ୍ଟନ ୟୁନିଭରସିଟି ପକ୍ଷରୁ ମିଳିତ ଭାବେ ଏହି ଗବେଷଣା କରାଯାଇଥିଲା । ତେବେ ବୟସ ରିଭର୍ସିବୁଲ ପ୍ରୋସେସ, ଏହା ସହ ଛେଡ଼ଛାଡ଼ କରିବା ସମ୍ଭବ ବୋଲି ଜଣେ ଗବେଷକ ସ୍ପଷ୍ଟଭାବେ କହିଛନ୍ତି ।

ତେବେ ମୂଷାର ବୟସକୁ ପଛକୁ ଫେରାଇ ନେବା ସମ୍ଭବ ବୋଲି ଲ୍ୟାବରେ ପରୀକ୍ଷା ସମୟରେ ଜଣାପଡ଼ିଥିଲା । ବୟସକୁ ପଛକୁ ଫେରାଇବା ଭଳି ଆଗକୁ ମଧ୍ୟ ବଢ଼ାଇବା ସମ୍ଭବ । ଅର୍ଥାତ ଏହି ଟେକନିକର ପ୍ରୟୋଗ କରାଯାଇ ଜଣଙ୍କୁ ସମୟ ପୂର୍ବରୁ ବୁଢ଼ା କରାଯାଇ ପାରିବ । ବୈଜ୍ଞାନିକଙ୍କ ଅନୁଯାୟୀ, ଶରୀରରେ ନିକଟରେ ନିଜର ଯୁବାବସ୍ଥାର ବ୍ୟାକଅପ୍ କପି ରହିଥାଏ । ଏହି କପିକୁ ଟ୍ରିଗର କରାଗଲେ କୋଷିକା ରିଜେନେରେଟ ହୋଇ ଉଠିବ ଓ ବୟସ ପଛକୁ ଫେରିଯିବ । ତେବେ ଜେନେଟିକ ମ୍ୟୁଟେସନ ଦ୍ୱାରା ବୟସ ବଢ଼ିଥାଏ, ଫଳରେ ଡିଏନଏ ଦୁର୍ବଳ ହୋଇଯାଇଥାଏ । ଏହି ଦୁର୍ବଳ କୋଷିକା କାରଣରୁ ଶରୀର ମଧ୍ୟ ସମୟ ପୂର୍ବରୁ ଦୁର୍ବଳ ହୋଇଯାଇଥାଏ ବୋଲି ପୂର୍ବରୁ କୁହାଯାଉଥିଲା । ମାତ୍ର ଏହି ନୂଆ ଟେକନିକ ଉକ୍ତ ତଥ୍ୟକୁ ଭୁଲ ପ୍ରମାଣିତ କରିଛି ।

Get real time updates directly on you device, subscribe now.