ନୂଆଦିଲ୍ଲୀ: ଦେଶରେ ଏତେ ପରିମାଣରେ ନକଲି ଖାଦ୍ୟ ପେୟ ବିକ୍ରି ହେଉଛି, ଯାହା ପାଇଁ ଆଗାମୀ ଦିନରେ ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ । ଏପରି ଏକ ତାଜା ଖବର ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । ଏଠାରେ ପ୍ରଶାସନ ଏବଂ ଫୁଡ ସେଫ୍ଟି ଡିପାର୍ଟମେଣ୍ଟ ନକଲି କ୍ଷୀର ଏବଂ ସିନ୍ଥେଟିକ ପନୀର ତିଆରି କରୁଥିବା ଲୋକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଥିସହ ନକଲି ଦୁଗ୍ଧ ତିଆରି କରୁଥିବା ଗୋଦାମ ଉପରେ ଚଢାଉ କରିଛନ୍ତି ।
ଫୁଡ ସେଫ୍ଟି ଅଫିସର ସ୍କିମ୍ଡ ମିଲ୍କ ପାଉଡର, ୨୦ ଟିଣ ରିଫାଇଣ୍ଡ ଅଏଲ, ସେକ୍ରିନ, ହ୍ୱାଇଟ ପେଷ୍ଟ ଏବଂ ମିଲ୍କ ଫ୍ଲେବର ବହୁଳ ମାତ୍ରାରେ ଜବତ କରିଛନ୍ତି । ଏହି ଗୁପ୍ତ ଗୋଦାମରେ ନକଲି କ୍ଷୀର ପ୍ରସ୍ତୁତ କରିବାର ଜିିନିଷ ବ୍ୟତୀତ ଏହି କାର୍ଯ୍ୟରେ ସଂପୃକ୍ତ ଥିବା ୩ଜଣଙ୍କୁ ଗିରଫ କରିଛନ୍ତି ।
ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ମାତ୍ର ଏକ ଲିଟର କେମିକାଲରେ ୫୦୦ ଲିଟର ନକଲି ଦୁଗ୍ଧ ପ୍ରସ୍ତୁତ କରାଯାଉଛି । ଏହା ଏକ ଏପରି ପ୍ରକ୍ରିୟା ଯେଉଁଥିରେ ଫ୍ୟାଟକୁ କଣ୍ଟ୍ରୋଲ କରାଯାଉଛି, ଯେଉଁ କାରଣ ପାଇଁ ମେସିନ ଏହାକୁ ଚିହ୍ନଟ କରିପାରୁନାହିଁ । ନକଲି ଦୁଗ୍ଧରେ ଅସଲି ଭଳି ମିଠାପଣ ଦେବା ଲାଗି ୨ ବର୍ଷ ପୂର୍ବେ ଏକ୍ସପାୟର ହୋଇଯାଇଥିବା ସିନ୍ଥେଟିକ ସିରପର ବ୍ୟବହାର କରାଯାଉଛି । ଏହି ଫୁଡ ପ୍ରଡକ୍ଟସର ସପ୍ଲାଏ ଦିଲ୍ଲୀ ଏବଂ ଏନସିଆରରେ ହେଉଥିଲା । ୟୁପିର ବୁଲନ୍ଦସହରରେ ଫୁଡ ସେଫ୍ଟି ବିଭାଗ ୪-୫ ଡିସେମ୍ବର ମଧ୍ୟରେ ତିନୋଟି ସ୍ଥାନରେ ଚଢାଉ କରିଥିଲା ।