ମାଟି ତଳୁ ବାହାରିଲା ୫୦୦ ବର୍ଷ ପୁରୁଣା ଶିବ ମନ୍ଦିର, ଖନନରୁ ଖୁଲାସା, ଲୋକେ ଆରମ୍ଭ କଲେ ପୂଜା

ହଠାତ୍ ଶୁଭିଲା ହର ହର ମହାଦେବ ଧ୍ୱନୀ, ମାଟି ଖୋଳୁ ଖୋଳୁ ଦର୍ଶନ ଦେଲେ ଶିବ ଶଙ୍କର

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟଣାରେ ଖନନରୁ ଶହ ଶହ ବର୍ଷ ପୁରୁଣା ମନ୍ଦିର ବାହାରିବା କଥା ଦାବି କରାଯାଇଛି। ସୁଲତାନଗଞ୍ଜ ଥାନା ଅନ୍ତର୍ଗତ ମଠ ଲକ୍ଷ୍ମଣପୁର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ଏଠାରେ ହଠାତ ଭୂମି ଭୁଶୁଡ଼ିବାରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଖନନ ସସୟରେ ଶତାଧିକ ବର୍ଷ ପୁରୁଣା ଶିବ ମଣ୍ଡପ ଏବଂ ଶିବ ମନ୍ଦିର ମିଳିଛି। ପାଟଣାର ମଠ ଲକ୍ଷ୍ମଣପୁରରେ ଶିବ ମନ୍ଦିର ବାହାରିବାର ସୂଚନା ମିଳିବା ପରେ ସାରା ଅଞ୍ଚଳରେ ହଇଚଇ ଦେଖିବାକୁ ମିଳିଛି। ଆଖପାଖ ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚି ଭଗବାନ ଶିବଙ୍କ ନାମ ଜପିବାକୁ ଲାଗିଛନ୍ତି।

ଭୂମି ଭୁଶୁଡ଼ିବାକୁ ଲାଗିଲା: ଆଖପାଖର ଲୋକଙ୍କୁ କୁହାଯାଇଥିଲା ଯେ, ଏଠାରେ ବହୁ ବର୍ଷ ପୂର୍ବେ ମଠ ଥିଲା। ପାରିବାରିକ ବିବାଦରେ ଏଠାରେ କୁଣ୍ଡା- ଅଳିଆ ପକାଇଯାଇ ଏହା ମାଟିତଳେ ଦବିଯାଇଥିଲା। ରବିବାର ହଠାତ ଏଠାରେ ମାଟି ଭୁଶୁଡ଼ିବା ଆରମ୍ଭ ହୋଇଥିଲା। ଏହାପରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଖନନ ପରେ ସେଠାରେ ଭବ୍ୟ ଶିବ ମଣ୍ଡପ ଏବଂ ମନ୍ଦିର ବାହାରିଥିଲା। ଆଖପାଖରେ ଲୋକେ ଶିବ ମଣ୍ଡପକୁ ଦେଖିବା ଲାଗି ବହୁ ସଂଖ୍ୟାରେ ଏକତ୍ରୀତ ହୋଇଥିଲେ।

ଏହାପରେ ଲୋକେ ଭଗବାନ ଶିବଙ୍କ ନାମ ନେଇ ଜପ କରବା ଆରମ୍ଭ କରିଥିଲେ। ଏଥିସହ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ମନ୍ଦିର ୫୦୦ ବର୍ଷ ପୁରୁଣା ଅଟେ।