fbpx

ଦେଶରେ ନିର୍ମାଣ ହେବ ୫୦ ହଜାର କିମିର ଏକ୍ସପ୍ରେସୱେ, ହାଇୱେ ଦାୟିତ୍ୱ ନେବ NHAI

Advertisement

ନୂଆଦିଲ୍ଲୀ: ଦେଶର କୋଣ ଅନୁକୋଣରେ ହାଇୱେ କାମ ସାରିବା ପରେ ବର୍ତ୍ତମାନ କେନ୍ଦ୍ର ସରକାର ଏକ୍ସପ୍ରେସୱେ ଉପରେ ଧ୍ୟାନ ଦେଇଛନ୍ତି । ସରକାରଙ୍କ ଯୋଜନା ରହିଛି ଯେ, ଦେଶରେ ପାଖାପାଖି ୫୦ ହଜାର କିମି ଆକ୍ସେସ କଣ୍ଟ୍ରୋଲ ଏକ୍ସପ୍ରେସୱେ ନିର୍ମାଣ ହେବ । ଏହି କାମକୁ ଶିଘ୍ର କରିବା ପାଇଁ ବର୍ତ୍ତମାନ ନେସନାଲ ହାଇୱେ ଅଥରିଟୀ ଅଫ ଇଣ୍ଡିଆ ସହ ଆଉ ଏକ ଅଥରିଟୀର ଆବଶ୍ୟକତା ରହିଛି । ଏହି ଅଥରିଟୀ କେବଳ ଏକ୍ସପ୍ରେସୱେର କଣ୍ଟ୍ରୋଲ କରିବେ ।

ରିପୋର୍ଟ ମୁତାବକ, ଏକ୍ସପ୍ରେସୱେର ବିକାଶ ପାଇଁ NHAI ବ୍ୟତୀତ ଅନ୍ୟ ଏକ ଅଥରିଟୀଙ୍କ ଆବଶ୍ୟକତା ପାଇଁ ଅନୁଭବ କରାଯାଇଛି । ରୋଡ଼ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ମିନିଷ୍ଟ୍ରୀ ନିଜ ୧୦୦ ଦିନର ଏଜେଣ୍ଟରେ ଏହି ଅଥରିଟୀର ଗଠନ ପାଇଁ ବିଚାରକୁ ସାମିଲ କରିଛି । ନୂଆ ଅଥରିଟୀ ଦେଶରେ କେବଳ ଏକ୍ସପ୍ରେସୱେ ନିର୍ମାଣ କରିବା ଏବଂ ଏହାର ମ୍ୟାନେଜମେଣ୍ଟ ପ୍ରତି ଧ୍ୟାନ ଦେବ । ଏଥିରେ ଏନଏଚଆଇର ବୋଝ ମଧ୍ୟ କମ ହେବ ।

ରିପୋର୍ଟ ମୁତାବକ, ସରକାର ଚାହୁଁଛନ୍ତି ଯେ, NHAI କେବଳ ନେସନାଲ ହାଇୱେର କନଷ୍ଟ୍ରକ୍ସନ ଉପରେ ଧ୍ୟାନ ଦେଉ । ଏକ୍ସପ୍ରେସୱେ କତ୍ତୃପକ୍ଷ ନିର୍ମାଣ ସହ ଟୋଲର ମ୍ୟାନେଜମେଣ୍ଟ ମଧ୍ୟ କରିବ । ଏଥିରେ ଏକ୍ସପ୍ରେସୱେର ଇନଫ୍ରାଷ୍ଟ୍ରକଚର ମଧ୍ୟ ଦୃଢ ହେବ । ସରକାର ୨୦୪୭ ପାଇଁ ଆବଶ୍ୟକତା ହିସାବରେ ଦେଶରେ ନେସନାଲ ହାଇୱେ ଏବଂ ଏକ୍ସପ୍ରେସନୱେର ନିର୍ମାଣ ଉପରେ ଜୋର ଦେଉଛି । ଏଥିପାଇଁ ମାଷ୍ଟରପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଥିସହ ଦେଶରେ ହାରାହାରି ୫୦ ହଜାର କିମି ଏକ୍ସପ୍ରେସୱେ ନିର୍ମାଣ କରାଯିବ । ବର୍ତ୍ତମାନ ଦେଶରେ ୨୯୧୩ କିମି ଏକ୍ସପ୍ରେସୱେ ରହିଛି । ସରକାରଙ୍କୁ ବିଶ୍ୱାସ ରହିଛି ଯେ, ଏକ୍ସପ୍ରେସୱେ ଏବଂ ନୂଆ ହାଇୱେର ସାହାଯ୍ୟରେ ଲଜିଷ୍ଟିକ ଖର୍ଚ୍ଚ ୩ ରୁ ୪ ପ୍ରତିଶତ ହ୍ରାସ ହୋଇପାରିବ ।

Get real time updates directly on you device, subscribe now.