GST କାଉଂସିଲର ବଡ଼ ନିଷ୍ପତ୍ତି: ଅନଲାଇନ ଗେମିଂରେ ଲାଗୁ ହେଲା ୨୮% ଟ୍ୟାକ୍ସ, କ୍ୟାନ୍ସର ଔଷଧରୁ ହଟିଲା ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ: ଆଜି GST କାଉଂସିଲର ୫୦ତମ ବୈଠକ ଅନୁଷ୍ଠିତ ହୋଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବସିଥିବା ଏହି ବୈଠକରେ ବହୁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରାଯାଇଛି ଏବଂ ନିଷ୍ପତ୍ତି ନିଆଯାଇଛି । ଏଥିରେ ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୂରୀ ମଧ୍ୟ ସାମିଲ ଅଛନ୍ତି । ଏମାନଙ୍କ ସହ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଅର୍ଥ ମନ୍ତ୍ରୀ ଏବଂ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ବୈଠକରେ ନିଆଯାଇଥିବା ବଡ଼ ନିଷ୍ପତ୍ତି କଥା କହିଲେ ଅନଲାଇନ ଗେମିଙ୍ଗ ଉପରେ ୨୮ ପ୍ରତିଶତ ଜିଏସଟି ଲଗାଇବା ଲାଗି ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ଜିଏସଟି ଟ୍ରିବୁନାଲ ଗଠନକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ଜିଏସଟି ଟ୍ରିବୁନାଲ ଗଠନରେ କରଦାତାମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ଟ୍ରିବୁନାଲ ହେବା ପରେ ଜିଏସଟି ସହ ଜଡିତ ବିବାଦକୁ ସହଜରେ ସମାଧାନ କରାଯିବ । ଏହା ଅନୁଯାୟୀ, ମହାରାଷ୍ଟ୍ରରେ ୭ ଏବଂ ପଶ୍ଚିମବଙ୍ଗରେ ୨ ଟ୍ରିବୁନାଲ ତିଆରି ହେବ ।

ଏହା ବ୍ୟତୀତ ବର୍ତ୍ତମାନ କ୍ୟାନ୍ସରର ଇମ୍ପୋର୍ଟେଡ ଔଷଧ ଉପରେ ଆଇଜିଏସଟି ମିଳିବ ନାହିଁ । ଏହା ପୂର୍ବରୁ ଆଶା କରାଯାଇଥିଲା ଯେ, ଜିଏସଟି କାଉଂସିଲ ଏହି ବୈଠକରେ କ୍ୟାନ୍ସର ଔଷଧ Dinutuximab ର ଆମଦାନୀ ଶୁଳ୍କ ଶସ୍ତା କରିବ। ଏଥିରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଛି । ଯେଉଁଥିରେ କମାଯାଇ ଜିରୋ କରାଯାଇଛି । ଏହି ଔଷଧର ଗୋଟିଏ ଡୋଜ ୬୩ ଲକ୍ଷ ଟଙ୍କାର ଅଟେ ।

ସେହିପରି ଗେମିଂ, ହର୍ସ ରେସିଙ୍ଗ, କୈସିନୋର ପୂରା ମୂଲ୍ୟ ଉପରେ ୨୮ ପ୍ରତିଶତ ଜିଏସଟି ଲଗାଯିବ । ଏହା ବ୍ୟତୀତ ଗେମିଙ୍ଗର ରେଜିଷ୍ଟ୍ରେସନ ଉପରେ ଜିଏସଟିର ଶେୟାର କନଜ୍ୟୁମର ଷ୍ଟେଟକୁ ମଧ୍ୟ ମିଳିବ । ଏହି ମାମଲାରେ ମଧ୍ୟ ସହମତି ଦିଆଯାଇଛି । ମେଘାଳୟ ମୁଖ୍ୟମନ୍ତ୍ରୀ କାନରାଡ ସଂଗମାଙ୍କ ଅଧ୍ୟକ୍ଷତାେରେ ଜିଓଏମ ନିଜ ରିପୋର୍ଟରେ ୨୮ ପ୍ରତିଶତ ଜିଏସଟି ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ସବୁଜ ପତକା ଦେଖାଯାଇଛି ।

ଜିଏସଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଚାରିଟି ଜିନିଷ ଉପରେ ଜିଏସଟି କାଟିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ UNCOOKED ଆଇଟମଗୁଡିକ ଉପରେ ଜିଏସଟି ୧୮% ରୁ ୫% କୁ ହ୍ରାସ କରାଯାଇଛି। ଏଥି ସହିତ, ଇମିଟେସନ, ସୁତା ଉପରେ ଟିକସ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଅଟୋ ସେକ୍ଟର ସମ୍ବନ୍ଧରେ ମଧ୍ୟ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ଅର୍ଥମନ୍ତ୍ରୀ ଏସୟୁଭିରେ କହିଛନ୍ତି ଯେ, ସେଡାନ କାର ଉପରେ ୨୨ ପ୍ରତିଶତ cess ଲାଗୁ କରାଯିବ ନାହିଁ।