କଟକରେ ରହିଛନ୍ତି ସର୍ବାଧିକ ଭିକାରୀ, ରାଜ୍ୟରେ 5 ହଜାର ଟପିଲା ସଂଖ୍ୟା
ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ । କଟକରେ ସର୍ବାଧିକ ୧୦୬୦ ଭିକାରୀ
ଭୁବନେଶ୍ବର: ରାଜ୍ୟର ଭିକାରୀ ତାଲିକା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଶାରେ ମୋଟ 5284 ଜଣ ଭିକାରୀ ରହିଛନ୍ତି ।
ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
କେଉଁଠି କେତେ ଭିକାରୀ- ମନ୍ତ୍ରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 5284ଜଣ ଭିକାରୀ ରହିଥିବା ବେଳେ ସବୁଠାରୁ ଅଧିକ କଟକରେ ରହିଛନ୍ତି । କଟକରେ ସର୍ବାଧିକ ୧୦୬୦ ଭିକାରୀ ଅଛନ୍ତି ।
ସେହିପରି ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ ରେ ୪୧୭ ଓ ପୁରୀରେ ୩୫୦ ଭିକାରୀ ରହିଥିବା ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ । ସେହିପରି ରାଜ୍ୟକୁ ଭିକରୀ ମୁକ୍ତ କରିବା ପାଇଁ ଯୋଜନା ଚାଲିଥିବା କଥା ମଧ୍ୟ କହିଛନ୍ତି ।
ଓଡିଶାକୁ ଭିକାରୀ ମୁକ୍ତ ଲକ୍ଷ୍ୟ: ରାଜ୍ୟରେ ଦିନକୁ ଦିନ ଭିକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୁକ୍ତ କରିବା ଲକ୍ଷ୍ୟ ରଖିଛନ୍ତି ସରକାର । ପ୍ରଥମ ପର୍ୟ୍ୟାୟରେ ପୁରୀଠାରେ ନୀଳାଦ୍ରି ନିଳୟ , ଭୁବନେଶ୍ୱରରେ ଏକାମ୍ର ନିଳୟ ଅଭିଯାନ ଜାରି ରହିଛି ।