fbpx

ଟିକା ବଢ଼ାଇଲା ଟେନସନ: ଟିକାକରଣ ପରେ ୫୧ ଅସୁସ୍ଥ, ଜଣେ ଗୁରୁତର

ନୂଆଦିଲ୍ଲୀ, ୧୭ା୧: ଗତକାଲିଠାରୁ ସମଗ୍ର ଦେଶରେ ଟିକାକରଣର ଶୁଭାରମ୍ଭ ହୋଇଛି । ସମଗ୍ର ଭାରତବର୍ଷରେ ଟିକାକରଣର ସଫଳତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଥିଲେ ମଧ୍ୟ ଏନେଇ ଏକ ଖବର ସାମନାକୁ ଆସିଛି । ଟିକା ନେଇ ଦିଲ୍ଲୀର ୫୧ ଜଣ ଅସୁସ୍ଥ ହୋଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ସୂଚନା ଅନୁଯାୟୀ, ଟିକାଦାନର କିଛି ଘଣ୍ଟା ପରେ କିଛି ବ୍ୟକ୍ତିଙ୍କ ଠାରେ ଆଲର୍ଜି ଦେଖାଦେଇଥିଲା । ତୁରନ୍ତ ସେମାନଙ୍କୁ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଥିବା ଦିଲ୍ଲୀ ପ୍ରଶାସନ ପକ୍ଷରୁ କୁହାଯାଇଛି । ଗତକାଲି ଦିଲ୍ଲୀର ୧୧ଟି କେନ୍ଦ୍ରରେ ୮୧୧୭ ଜଣଙ୍କୁ ଟିକା ଦେବାକୁ ଥିବାବେଳେ ନେଇଥିଲେ ମାତ୍ର ୪୩୧୯ ଜଣ । ୧୧ଟି କେନ୍ଦ୍ର ମଧ୍ୟରୁ ୨ଟି କେନ୍ଦ୍ରରୁ କୌଣସି ଅଭିଯୋଗ ଆସିନଥିବା ବେଳେ ୯ଟି କେନ୍ଦ୍ରରୁ ମୋଟ ୫୧ ଜଣ ଅସୁସ୍ଥ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.