ପୁଅ ସାମ୍ନାରେ ମା’କୁ ଟେକିନେଲେ, ୫୫ ବର୍ଷିୟ ବିଧବା ମହିଳାଙ୍କୁ ବଳାତ୍କାର…
ବିହାରରେ ବିଧବା ମହିଳାଙ୍କୁ ମଧ୍ୟ ଛାଡ଼ିଲେନି ନର ରାକ୍ଷାସ।
ବିହାର: ନର ରାକ୍ଷାସ ପାଲଟିଗଲାଣି ମଣିଷ। ଛିଅ ବୋହୂ ରାସ୍ତାରେ ଏବେ ଚାଲିବା ହୋଇଗଲାଣି କଷ୍ଟ। ବିହାରରେ ବିଧବା ମହିଳାଙ୍କୁ ମଧ୍ୟ ଛାଡ଼ିଲେନି ନର ରାକ୍ଷାସ। ପୁଅ ସାମ୍ନାରୁ ମା’କୁ ଟେକି ନେଇ କଲେ ଦୁଷ୍କର୍ମ ।
ବିହାର ସୀତାମଢ଼ି ଜିଲ୍ଲାରେ ବିଧବା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ନଗର ଥାନା କ୍ଷେତ୍ର ନିକଟ ଏକ ଗାଁରେ ରବିବାର ରାତିରେ ଘଟିଛି ଏହି ଅଘଟଣ।
୨ ଜଣ ନର ରାକ୍ଷାସ ଛୁରୀ ଦେଖାଇ ୫୫ ବର୍ଷିୟ ବିଧବା ମହିଳାଙ୍କୁ ପୁଅ ସାମ୍ନାରୁ ଉଠାଇ ନେଇଥିଲେ। ମା’କୁ ରକ୍ଷା କରିବାକୁ ଯାଇ ପୁଅ ବିରୋଧ କରିବା ସହ ମା’କୁ ଟାଣି ଧରିଥିଲା।
ହେଲେ ନର ରାକ୍ଷାସ ଛୁରୀ ଦେଖାଇ ପୁଅକୁ ଘରେ ବନ୍ଦ କରିଦେଇଥିଲେ। ମହିଳାଙ୍କୁ ଉଠାଇ ନେଇ ବାଉଶଂ ବୁଦାରେ ହିଁ ଦୁଷ୍କର୍ମ କରିଥିଲେ।
ଦୁଷ୍କର୍ମ ପରେ ମହିଳାଙ୍କୁ ସେଠାରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ ୨ ଦୁଷ୍କର୍ମକାରୀ। ପରେ ପୀଡ଼ିତା ମହିଳା ଗାଁ ଲୋକଙ୍କୁ ଏହି ବିଷୟରେ ଜଣାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଏସଡିପିଓ ରାଜୀବ କୁମାର ସିଂହ, ନଗର ଥାନାଧ୍ୟକ୍ଷ ବିନୟ ପଣ୍ଡିତ ସିଂହ ପୋଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।
ପୀଡିତା ମହିଳାଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଥିଲା। କୁହାଯାଉଛି କି ୬ ମାସ ତଳେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ପୀଡ଼ିତା ମହିଳା ପୁଅ ସହ ଏକା ରହୁଥିଲେ ।
ମହିଳା ଏକା ରହିବାର ସୁଯୋଗ ନେଇ ଦୁଷ୍କର୍ମ ଷଡ଼ଯନ୍ତ୍ର ରଚିଥିଲେ ଏହି ଦୁଇ ଯୁବକ । ଦୁଇ ଯୁବକ ଫେରାର ଥିବା ବେଳେ ତାଙ୍କୁ ଖୋଜୁଛି ପୋଲିସ ।