fbpx

ବିମାନ ସେବା ଶିଳ୍ପ ଉପରେ ଓମିକ୍ରନ୍ ପ୍ରଭାବ: ୫୭୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଓମିକ୍ରନ ପାଇଁ ବିମାନ ସେବା ଶିଳ୍ପ ଉପରେ ବଡ଼ଧରଣର ପ୍ରଭାବ ପଡ଼ିଛି । ଖ୍ରୀଷ୍ଟମାସ ଦିନ ସପ୍ତାହାନ୍ତରେ ବିଶ୍ୱରରେ ୫୭୦୦ ବିମାନ ବାତିଲ ହୋଇଥିବାବେଳେ ହଜାର ହଜାର ବିମାନ ଚଳାଚଳ ବିଳମ୍ବ ହୋଇଛି । ଏଥିପାଇଁ ବିମାନଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ୨୫ ତାରିଖ ଦିନ ବିଶ୍ୱରେ ୨୫୦୦ରୁ ଅଧିକ ବିମାନ ବାତିଲ ହୋଇଛି । ଏଥିରୁ କେବଳ ୮୭୦ରୁ ଅଧିକ ବିମାନ ଆମେରିକାର ବିଭିନ୍ନ ସହରକୁ ଯିବାଆସିବା କରିବାର ଥିଲା । ଶୁକ୍ରବାର ଦିନ ବିମାନ ବାତିଲ ସଂଖ୍ୟା ପ୍ରାୟ ୨୪୦୦ ରହିଥିବାବେଳେ ୧୧ହଜାର ବିମାନ ଉଡ଼ାଣ ବିଳମ୍ବ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.