fbpx

Agniveer Rally:ପ୍ରଥମ ଦିନରେ ୫୮ ପ୍ରତିଶତ ଯୁବକ ମାନେ ଛାଡିଲେ ଭର୍ତ୍ତି ରାଲି

ନୂଆଦିଲ୍ଲୀ:ଅଗ୍ନିପଥ ଯୋଜନାକୁ ନେଇ ଯୁବମାନଙ୍କ ମନରେ ଯେତେ ଆଗ୍ରହ ଆଉ ଉତ୍କଷ୍ଠା ଥିଲା ଲାଗୁଛି ସେ ସବୁ ଯେମିତି ଅନ୍ୟ କିଛିରେ ରୂପାନ୍ତରିତ ହୋଇଛି । ଭାରତ ମାତାର ସୁରକ୍ଷା କରିବା ପାଇଁ ଯେଉଁ ଉତ୍ସାହର ସହ ଯୁବା ମାନେ ଏଥିରେ ଭର୍ତ୍ତି ହୋଇଥିଲେ ତାହା କିଛି ଓଲଟା ହୋଇଛି । ୨୧ ଦିନ ଧରି ହେବାକୁ ଥିବା ଅଗ୍ନିବୀର ଭର୍ତ୍ତି ରାଲିର ପ୍ରଥମ ଦିନ ଟେଷ୍ଟ ଯେତେ ପ୍ରତିଶତ ଯୁବା ମାନେ ନାମ ଦାଖଲ କରିଥିଲେ ସେଥିମଧ୍ୟରୁ ୫୮ ପ୍ରତିଶତ ଉପସ୍ଥିତ ହୋଇନଥିଲେ । ଏଥିପାଇଁ ସେନାର ଅଫିସର ମାନେ ୪୨ ପ୍ରତିଶତ ଯୁବକ ମାନଙ୍କର ଦୌଡ ସହ ଫିଜିକାଲ ଟେଷ୍ଟ କରାଇଥିଲେ ।

ଏଆରଓ ଅମେଠି ଦ୍ୱାରା ଆୟୋଜିତ ଏହି ରାଲି ଆଗାମୀ ୫ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ଅମ୍ବେଡକରନଗର,  ଅମେଠି, ଅୟୋଧ୍ୟା, ବସ୍ତି, କୋଶାମ୍ବି, କୁଶିନଗର, ମହାରାଜଗଞ୍ଜ,ପ୍ରତାପଗଡ,ପ୍ରୟାଗରାଜ,ରାୟବରେଲି,ସନ୍ତକବୀରନଗର, ସିଦ୍ଧାର୍ଥନଗର ଏବଂ ସୁଲାତନପୁର ଜିଲ୍ଲାର ଆଶାୟୀ ପ୍ରାର୍ଥୀ ମାନେ ଉପସ୍ଥିତ ହୋଇଥିଲେ ।

ଏଥିପାଇଁ ମୋଟ ୧,୦୫,୧୩୭ ଯୁବକ ମାନେ ପଞ୍ଜୀକୃତ କରିଥିଲେ । ଏହା ସହିତ ଅଧିକତମ ଯୁବା ମାନେ ଅଗ୍ନିବୀର ଜେନେରାଲ ଡ୍ୟୁଟି ଶ୍ରେଣୀ ପାଇଁ ପଞ୍ଜୀକରଣ କରିଥିଲେ । କହିବାକୁ ଗଲେ ମୋଟ ୮୧ ପ୍ରତିଶତ ଯୁବା ମାନେ ଏହି ଶ୍ରେଣୀରେ ନାମପଞ୍ଜୀକୃତ କରିଥିଲେ ।

ବୁଧବାର ଯେଉଁ ରାଲି ହୋଇଥିଲା ମୋଟ ପଞ୍ଜୀକୃତ ଥିବା ଯୁବାମାନଙ୍କ ମଧ୍ୟରୁ ୨୭୫୬ ପ୍ରାର୍ଥୀଙ୍କୁ ଫିଜିକାଲ ଟେଷ୍ଟ ପାଇଁ ଡକା ଯାଇଥିଲା । କିନ୍ତୁ ଏଥିରୁ ମୋଟ ୧୧୭୭ ଜଣ ଯୁବ ଉପସ୍ଥିତ ହୋଇଥିଲେ ।

Get real time updates directly on you device, subscribe now.