fbpx

ଦ୍ୱିତୀୟ ଲହରରେ ୫୯୪ ଡାକ୍ତରଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଦେଶରେ ଅତି କମରେ ୫୯୪ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବା ଆଇଏମଏ ପକ୍ଷରୁ ଆଜି କୁହାଯାଇଛି । ୫୯୪ ଡାକ୍ତଙ୍କ ମଧ୍ୟରୁ କେବଳ ଦିଲ୍ଲୀରୁ ୧୦୭ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ସମେତ ବିହାର ଓ ଉତ୍ତରପ୍ରଦେଶରେ ଅଧିକ ସଂଖ୍ୟକ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

ତେବେ ଦିଲ୍ଲୀରେ ସର୍ବାଧିକ ୧୦୭ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାରରେ ୯୬, ଉତ୍ତରପ୍ରଦେଶରେ ୬୭, ରାଜସ୍ଥାନରେ ୪୩, ଝାରଖଣ୍ଡରେ ୩୯, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୩୨, ଗୁଜରାଟରେ ୩୧ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେହିପରି ଆସାମରୁ ୮, ଛତିଶଗଡରୁ ୩, ଗୋଆରୁ ୨, ହରିୟାଣାରୁ ୩, ଜମ୍ମୁ ଓ କାଶ୍ମୀରରୁ ୩, କର୍ଣ୍ଣାଟକରୁ ୮, କେରଳରୁ ୫, ମଧ୍ୟପ୍ରଦେଶରୁ ୧୬, ମହାରାଷ୍ଟ୍ରରୁ ୧୭, ମଣିପୁରରୁ ୫, ଓଡିଶାରୁ ୨୨, ପଣ୍ଡିଚେରୀରୁ ଜଣେ, ପଞ୍ଜାବରୁ ୩, ତାମିଲନାଡୁରୁ ୨୧, ତ୍ରିପୁରାରୁ ୨, ଉତ୍ତରାଖଣ୍ଡରୁ ୨, ପଶ୍ଚିମଙ୍ଗରୁ ୨୫ ଓ ଅନ୍ୟାନ୍ୟରୁ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.