fbpx

ପୁରୀରେ ୫ଟି ସଚିବ: ଶ୍ରୀମନ୍ଦିର ଖୋଲିବା ନେଇ କଲେ ସ୍ଥିତି ସମୀକ୍ଷା

ପୁରୀ, ୧୯ା୧୨ (ଓଡିଶା ଭାସ୍କର): ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପୁରୀ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବାକୁ ଥିବା ବେଳେ ଭକ୍ତଙ୍କ ପାଇଁ କିଭଳି ଦର୍ଶନ ବ୍ୟବସ୍ଥା କରାଯାଇଛି, ସେନେଇ ପାଣ୍ଡିଆନ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରିଥିଲେ ।

ଏହି ଅବସରରେ ଉନ୍ନୟନ କମିଶନର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ଥିଲେ । ୨୩ ତାରିଖରୁ ଶ୍ରୀମନ୍ଦିର ଓ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଭକ୍ତମାନେ କୋଭିଡ କଟକଣା ମାନି ଠାକୁରଙ୍କୁ ଦର୍ଶନ କରିପାରିବେ ।

୨୩ ଓ ୨୪ ତାରିଖ ଦୁଇଦିନ ସେବାୟତଙ୍କ ପରିବାରକୁ ଦର୍ଶନ ଲାଗି ସୁବିଧା ମିଳିବ । ତା’ପରେ ପୁରୀବାସୀ ଦର୍ଶନ କରିପାରିବେ । ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ୱାର୍ଡବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ଜିଲ୍ଲାପାଳ କହିଥିଲେ ।

Get real time updates directly on you device, subscribe now.