fbpx

ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୬ ସହର

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ସର୍ବନିମ୍ନ ୩.୨ ଡିଗ୍ରୀ ତାପାମାତ୍ରା ସହ ରାଜ୍ୟର ଶୀତଳ ସହର ହୋଇଛି ଜି.ଉଦୟଗିରି । ସେହିପରି ଫୁଲବାଣୀରେ ୫.୫ ଡିଗ୍ରୀ, ଦାରିଙ୍ଗବାଡିରେ ୬.୫ ଡିଗ୍ରୀ, କୋରାପୁଟରେ ୯.୫ ଡିଗ୍ରୀ, ବଲାଙ୍ଗୀର ଓ ଭବାନୀପାଟଣାରେ ୯.୮ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହିତ କଟକରେ ୧୨.୬ ଡିଗ୍ରୀ ଓ ଭୁବନେଶ୍ୱରରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.