fbpx
BSKY
BJD MS SKY
BJD YOUTH SKY

ଖୋଲିପାରେ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ, ଆଜି ଆସିବ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଲାଗିଛି ଆଉ ଏକ ପ୍ରମାଣ । ଘଟଣାଦିନ ଅଭିଯୁକ୍ତ ରାକେଶ ସ୍ୱାଇଁ ପିନ୍ଧିଥିବା ପ୍ୟାଣ୍ଟ ସାର୍ଟ ଜବତ କରିଛି ପୋଲିସ । ଏହା ସହ ଘଟଣାଦିନ ରାକେଶ ବ୍ୟବହାର କରିଥିବା ମୋବାଇଲ ବି ଜବତ କରାଯାଇଛି । ୩ ଦିନିଆ ରିମାଣ୍ଡ ସରୁଥିବାରୁ ରାକେଶକୁ ଆଜି କୋର୍ଟରେ ହାଜର କରାଯିବ ।

ଅନ୍ୟପଟେ ଆଜି ପୋଷ୍ଟମର୍ଟମ ରିପୋର୍ଟ ଓ ଭିସେରା ରିପୋର୍ଟ ଆସିବ । ରିପୋର୍ଟ ଆସିବା ପରେ ମୃତ୍ୟୁ ଘଟଣା ଉପରୁ ପରଦା ଉଠିପାରେ ବୋଲି ଆଶା କରାଯାଉଛି ।

ତେବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳ ଛକ ନିକଟ ଦିଆଲଖଣ୍ଡ ମୌଜାର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ପୋଲିସ ସୂଚନା ଦେଇଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Get real time updates directly on you device, subscribe now.