୬ଟି ଦେଶୀ ବନ୍ଧୁକ ଜବତ, ୬ ଅପରାଧୀ ଗିରଫ

୬ ବନ୍ଧୁକ ସହ ୬ ଅପରାଧୀ ଗିରଫ

ପୁରୀ: ରଥଯାତ୍ରା ପାଖେଇ ଆସୁଛି। ଆଜି ଶ୍ରୀମନ୍ଦିରରେ ଚାଲିଛି ରୁକ୍ମଣୀ ହରଣ ନୀତି। ଏହାରି ମଧ୍ୟରେ ଅର୍ଥାତ ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡ଼ରେ ପୁରୀ ପୋଲିସ। ୬ଟି ଦେଶୀ ବନ୍ଧୁକ ଜବତ ହେବା ସହ ୬ ଜଣ ଅପରାଧୀ ଗିରଫ ହୋଇଛନ୍ତି।

ପୋଲିସ ଟାର୍ଗେଟରେ ପ୍ରାୟ ୫୦ ଜଣ ଅପରାଧୀ ରହିଛନ୍ତି। ଏନେଇ ସୂଚନା ପ୍ରଦାନ କରିଛନ୍ତି ପୁରୀ ଏସଡି ଭିନୀତ ଅଗ୍ରୱାଲ। ସେ କହିଛନ୍ତି, “ଅପରାଧ ନିୟନ୍ତ୍ରଣ ପାଇଁ ଅଭିଯାନ ଚାଲିଛି। ଅପରାଧୀଙ୍କ ଗତିବିଧି ଉପରେ ନଜର ଅଛି। ସ୍ୱତନ୍ତ୍ର ଟିମ ଅପରାଧ ନିୟନ୍ତ୍ରଣ ପାଇଁ କାମ କରୁଛନ୍ତି।”