fbpx
BJD SKY
BJD SKY

ବିଜ୍ଞପ୍ତି ପ୍ରକାଶ କଲା ଗୃହ ବିଭାଗ: ନୂଆ ସ୍ଥାନକୁ ବଦଳି ହେଳେ ୬ ଜଣ IPS ଅଧିକାରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରଯାଇଛି । ୬ ଜଣ ଆଇପିଏସ ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶିଷ କୁମାର ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜିପି ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ଆଇପିଏସ ଅଧିକାରୀ ମିତ୍ରଭାନୁ ମହାପାତ୍ରଙ୍କୁ ଅତିରିକ୍ତ ଏସଆରସି ଭାବେ ନିଯୁକ୍ତି ଦିଆଯାଇଛି । ଡ. କନୱର ବିଶାଲ ସିଂହଙ୍କୁ ଏସଆଇଡବ୍ଲ୍ୟୁର ଡିଆଇଜି ପୋଲିସ ଭାବେ ନିଯୁକ୍ତି ଦିଆଯାଇଛି । ଆଇପିଏସ ସୁଧାଂଶୁ ଶେଖର ମିଶ୍ରଙ୍କୁ ଭିଜିଲାନ୍ସ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଆଇପିଏସ ଯୁଗଳ କିଶୋର କୁମାର ବାନୋଥଙ୍କୁ ପୋଲିସ ହେଡକ୍ୱାର୍ଟର ଏଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ବ୍ରହ୍ମପୁର ଏସପି ଥିବା ଆଇପିଏସ ସରବଣ ବିବେକ ଏମ’ଙ୍କୁ ଭିଜିଲାନ୍ସ ଏସପି ଭାବେ ଟ୍ରାନ୍ସଫର କରାଯାଇଛି ।

Get real time updates directly on you device, subscribe now.