fbpx

ଉଡାଣରେ ବିଳମ୍ବ ହେବାରୁ କପରେ କରିଦେଲେ ୟୁରିନ, ଏୟାରଲାଇନ ଶିକ୍ଷା ଦେଲା ଏପରି

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ଅନେକ ଥର ଅପବ୍ୟବହାରର ଏପରି ଖବର ସାମ୍ନାକୁ ଆସେ ଯାହାକୁ ଶୁଣିବା ପରେ ସମସ୍ତେ ରାଗିଯାଆନ୍ତି । ଏପରି ଏକ ଘଟଣା ଅଷ୍ଟ୍ରେଲିଆରେ ସାମ୍ନାକୁ ଆସିଛି । ସେଠାରେ ଜଣେ ବ୍ୟକ୍ତି ନିଶାରେ ବିମାନରେ ଯାତ୍ରା ସମୟରେ ୟୁରିନ କରିଦେଇଛନ୍ତି । ଯେତେବେଳେ ତାଙ୍କର ଏହି କ୍ରୁରତା ପାଖରେ ବସିଥିବା ମହିଳା ଏବଂ ୧୫ ବର୍ଷୀୟ ଝିଅ ଦେଖିଥିଲେ ସେ ଲଜ୍ୟା କରିବା ସହ ରାଗିଯାଇଥିଲେ । ସେ ସଙ୍ଗେ ସଙ୍ଗେ କ୍ରୁ ମେମ୍ବରଙ୍କୁ ଡାକି ତାଙ୍କର ଏହି କାର୍ଯ୍ୟକଳାପ ବିଷୟରେ କହିଥିଲେ । ଏହାପରେ ସେ ବିମାନରୁ ଓହ୍ଲାଇବା ସମୟରେ ଧରା ପଡିଥିଲେ ।

ରିପୋର୍ଟ ମୁତାବକ ଏହି ଘଟଣା ଗତ ଡିସେମ୍ବର ମାସରେ ଘଟିଥିଲା । ୩ ଘଣ୍ଟା ଉଡାଣ ବିଳମ୍ବିତ ହୋଇଥିଲା । ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଠାରେ ମାମଲା ରୁଜୁ କରାଯାଇଥିଲା । ପାଖାପାଖି ୩ ମାସର ଶୁଣାଣି ପରେ ଏବେ କୋର୍ଟ ଫେବୃଆରୀରେ ଏହି ମାମଲାରେ ଶୁଣାଣି ଏବଂ ଆକ୍ରମଣାତ୍ମକ ବ୍ୟବହାର ପାଇଁ ୫୩ ବର୍ଷୀୟ ଅଭିଯୁକ୍ତଙ୍କ ଉପରେ ୬୦୦ ଅଷ୍ଟ୍ରେଲିଆ ଡଲାରର ଜରିମାନା ଲଗାଇଛନ୍ତି ।

Get real time updates directly on you device, subscribe now.