fbpx

ଖାରବେଳ ସ୍ୱାଇଁ ବିଜେପିରୁ ବହିଷ୍କୃତ: ୬ ଜଣଙ୍କ ବିରୋଧରେ ରାଜ୍ୟ ବିଜେପିର ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଏବେ ନିର୍ବାଚନୀ ଋତୁ ଚାଲିଛି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାରରେ ବ୍ୟସ୍ତ ରହିଥିବା ବେଳେ ଟିକେଟରୁ ବଞ୍ଚିତ ହୋଇଥିବା ନେତାମାନେ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ଏଥିସହିତ ଦଳ ବିରୋଧୀ କାର୍ଯ୍ୟ କାରଣରୁ କିଛି ନେତାଙ୍କ ବିରୋଧରେ ମଧ୍ୟ ଦଳର ସଭାପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ତେବେ ୬ ଜଣ ନେତାଙ୍କୁ ରାଜ୍ୟ ବିଜେପି ବହିଷ୍କୃତ କରିଛି । ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁ, ରେମୁଣାର ବିଜୟ କୁମାର ସେଠୀ, ଜଳେଶ୍ୱରର ଦିବ୍ୟକାମ ମହାନ୍ତି, ଉଦଳାର କାଳୀ ଚରଣ ପାତ୍ର, କରଞ୍ଜିଆର ଯୁଗଳ କିଶୋର ନାୟକ, ବରୀର କବିର ଦାସଙ୍କୁ ଦଳରୁ ବହିଷ୍କାର କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଏନେଇ ଦଳ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଦେଶରେ ଲୋକସଭା ନିର୍ବାଚନର ୫ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ଓଡ଼ିଶାରେ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ମେ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ଭୋଟିଂ ହେବ ।

Get real time updates directly on you device, subscribe now.