fbpx

୬୦ ହଜାର ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ଫାଇଦା: ତିଆରି ହେବ Golden Card

ନୂଆଦିଲ୍ଲୀ: ଆୟୁଷ୍ମାନ ଯୋଜନାକୁ ନେଇ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ନିୟମ ଅନୁସାରେ ୭୦ ବର୍ଷ ବା ତଦୁର୍ଦ୍ଧ ବୟସର ବ୍ୟକ୍ତିମାନଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ କରିବା ପାଇଁ ଘୋଷଣା ହୋଇଛି । ଏହି ଯୋଜନା ଅଧୀନରେ ଦେଶର ପ୍ରାୟ ୬୦ ହଜାରରୁ ଅଧିକ ବୟସ୍କ ବର୍ଗର ଲୋକଙ୍କୁ ମିଳିପାରେ ବଡ଼  ଉପହାର । ଏହି ବ୍ୟକ୍ତିମାନଙ୍କୁ ଆୟୁଷ୍ମାନ ଗୋଲଡେନ୍ କାର୍ଡ ପ୍ରଦାନ କରାଯିବ । ଏଥିପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ।

ନୂଆ ଯୋଜନା ଅନୁସାରେ, ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ନେଇ ଆଧାର କାର୍ଡରୁ ହିଁ ପ୍ରମାଣ ମିଳିପାରିବ । ଏହାବ୍ୟତୀତ ଅନ୍ୟ କୌଣସି ଆବଶ୍ୟକତା ରହିବ ନାହିଁ । ପେନସନ୍ ପାଉଥିବା ବ୍ୟକ୍ତି ମଧ୍ୟ ଏହାର ଲାଗ ପାଇପାରିବେ । ପୁରୁଣା ଆୟୁଷ୍ମାନ ଏବଂ ନୂଆ ଆୟୁଷ୍ମାନ ଯୋଜନାରେ ଏକ ବଡ଼ ଅନ୍ତର ଦେଖିବାକୁ ମିଳିଛି । ଆୟୁଷ୍ମାନ ଭାରତ ଯୋଜନାର ନୋଡାଲ ଅଧିକାରୀ ଡା. ଏସ. ଏସ କନ୍ନୋଜିଆ କହିଛନ୍ତି ଯେ, ପୂର୍ବରୁ ଥିବା ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ୬୦ ବର୍ଷରୁ ଅଧିକ ବୟସର ଦମ୍ପତ୍ତି କିମ୍ବା ବ୍ୟକ୍ତିଙ୍କର ଏକ ଆୟୁଷ୍ମାନ କାର୍ଡ ପ୍ରସ୍ତୁତ କରାଯାଉଥିଲା । ତେବେ ଏଥିପାଇଁ ଏକ ସର୍ତ୍ତ ରହିଥିଲା ଯେ, ହିତାଧିକାରୀଙ୍କ ପରିବାରରେ ଆଉ କେହି ନଥିବା ଆବଶ୍ୟକ । କିନ୍ତୁ ନୂଆ ଯୋଜନାରେ ଏହାକୁ ପରିବର୍ତ୍ତନ କରାଯାଇଛି । ନୂଆ ଯୋଜନାରେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିମାନଙ୍କ ପାଇଁ ଗୋଲଡେନ୍ କାର୍ଡ ପ୍ରସ୍ତୁତ ହେବ ।

  • ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩,୦୭,୨୨୬ ଟି ପରିବାରର ଆୟୁଷ୍ମାନ କାର୍ଡ ପ୍ରସ୍ତୁତ କରିବାର ଥିଲା ।
  • ମୋଟ ୧୨,୮୨,୪୪୦ ଲୋକଙ୍କୁ ସାମିଲ କରାଯାଇଥିଲା ।
  • ବର୍ତ୍ତମାନ ସୁଦ୍ଧା ୧୧,୭୦,୩୩୧ ଲୋକଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା ।
  • ୯୧ ପ୍ରତିଶତ କାର୍ଡ ନିର୍ମାଣ ହେବା ପରେ ୯ ପ୍ରତିଶତ ବାକି ରହିଛି ।
  • ୬୦ ହଜାରରୁ ଅଧିକ ବୟସର ଲୋକଙ୍କୁ ସାମିଲ କରିବା ଦ୍ୱାରା ଏହି ସଂଘ୍ୟା ବୃଦ୍ଧି ପାଇବ ।

 

Get real time updates directly on you device, subscribe now.