ବିଚିତ୍ର ଦୁନିଆ : ୬୨ ବର୍ଷୀୟ ବୃଦ୍ଧଙ୍କୁ ଆକ୍ରମଣ କଲେ ସ୍କୁଲବେଳର ସାଙ୍ଗ, ପ୍ରତିଶୋଧ ପାଇଁ ଲାଗିଗଲା ୫୦ ବର୍ଷ

୫୦ ବର୍ଷ ହେଲା ଜଳୁଥିଲା ପ୍ରତିଶୋଧ ବହ୍ନି । ବୁଢ଼ା କାଳେ ଅଜବ କାଣ୍ଡ ।

ଥିରୁଭାନନ୍ତପୁରମ: କେରଳର କାସରଗୋଡ ଜିଲ୍ଲାରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି ।

ଗିରଫ ହୋଇଥିବା ୨ ଜଣ ହେଲେ ବାଲକ୍ରିଷ୍ଣନ ଏବଂ ମାଥ୍ୟୁ । ଦୁହେଁ ମିଶି ଭି.ଜେ ବାବୁଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହୋଇଛି । ଗିରଫ ୨ ଅଭିଯୁକ୍ତଙ୍କ ସ୍କୁଲ ବେଳର ସାଙ୍ଗ ହେଉଛନ୍ତି, ବାବୁ ।

ଜୁନ୍ ୨ରେ ପରସ୍ପରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପୂର୍ବରୁ ସ୍କୁଲ ପିଲାଙ୍କ ରିୟୁନିୟନ ହୋଇଥିଲା । ୪ର୍ଥ ଶ୍ରେଣୀରେ ପଢ଼ିଲାବେଳେ ବାଲାକ୍ରିଷ୍ଣନ ବାବୁଙ୍କୁ ମାଡ଼ ମାରିଥିଲେ । ସେତେବେଳେ ଦୁହିଁଙ୍କ ଭିତରେ କଥା କଟାକଟି ହୋଇଥିଲା ।

ଯାହାର ପ୍ରତିଶୋଧ ନେବା ପାଇଁ ବାଲାକ୍ରିଷ୍ଣନ, ମାଥ୍ୟୁ ସହ ମିଶି ପୁଣିଥରେ ବାବୁଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ବାବୁ ଗରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଦୁଇଜଣଙ୍କ ବିରୋଧରେ ମାମାଲା ରୁଜୁ ହୋଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।