(Breaking) କମ୍ପାନୀଙ୍କୁ ହଜାର ହଜାର କୋଟି ଛାଡ, ଜନତାଙ୍କ ଉପରେ ଅନ୍ଧାର ମାଡ

ଭୁବନେଶ୍ୱର- ସାଧାରଣ ଜନତାଙ୍କର ବିଦ୍ୟୁତ୍ ବାକିରେ କଟାଯାଉଛି ବିଦ୍୍ୟୁତ ସଂଯୋଗ । ହେଲେ ଏଠି ୪ କମ୍ପାନୀ ଉପରେ ବାକି ପଡିଛି ସାଢେ ୬ ହଜାର କୋଟିର ବାକି । ଏହି ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ । ବୁଧବାର ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

୪ କମ୍ପାନୀ ଉପରେ ୬୫୮୭ କୋଟି ଟଙ୍କା ବାକି ରହିଛି । ସେସୁ ଉପରେ ୨୬୫୧ କୋଟି ଟଙ୍କା ବାକି ରଖିଛି । ସେହିପରି ନେକ୍ସୋ ୯୫୧ କୋଟି, ଓସ୍କୋର ୧୬୭୭ କୋଟି, ସାଉଥକୋ ଉପରେ ରହିଛି ୧୩୦୦ କୋଟି ଟଙ୍କାର ବାକି ବିଦ୍ୟୁତ୍ । ତେବେ ଟାଟା ବିଦ୍ୟୁତ ସଂଯୋଗରେ ଏଣ୍ଟ୍ରି କରିବା ପରେ ଗ୍ରୀଡକୋ ତାର ବକେୟା ଟଙ୍କା ପଇଠ କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ କି, ଏହି ୪ଟି ବାକି ରଖିଥିବା କମ୍ପାନୀ ପୂର୍ବରୁ ବିଜେଡି ସରକାର ଅଧୀନରେ ରହିଥିଲା । ୧୨ ବର୍ଷ ଧରି ସେସ୍କୋ, ମେସ୍କୋ, ଓସ୍କୋ ଓ ସାଉଥ କୋ ସରକାରଙ୍କ ଅଧୀନରେ ରହିଥିଲା । ଏହି କମ୍ପାନୀଙ୍କ ଉପରେ ୬,୫୮୭ କୋଟି ଟଙ୍କା ବାକି ରହିଛି । ଏହି ଟଙ୍କା ଉପରେ ନା ଗ୍ରୀଡ କର୍ପୋରେସନର ନଜର ଥିଲା ନାହିଁ ଥିଲା ସରକାରର ନଜର । ହେଲେ ସାଧାରଣ ଜନତାଟିର ବିଦ୍ୟୁତ୍ ବିଲ ମାସରେ ଦୁଇମାସ ହେଲେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଉଛି । ତେବେ କାହିଁକି ଏତେ ଅନୁକମ୍ପା ଥିଲା ସେହି କମ୍ପାନୀଙ୍କୁ ?