fbpx

ଥମୁନି ମୃତ୍ୟୁସଂଖ୍ୟା, ରାଜ୍ୟରୁ ଆଜି ପୁଣି ୬୯ ଜୀବନ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୧୦୨କୁ ବୃଦ୍ଧି ପାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି କଟକରୁ ୯, ପୁରୀରୁ ୭, କେନ୍ଦାପଡ଼ାରୁ୬, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜରୁ ୩ ଜଣ ଲେଖାଏଁ, ଅନୁଗୁ. ଢ଼େଙ୍କାନାଳ, ଗଞ୍ଜାମ ସ କଳାହାଣ୍ଡିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହ ବଲାଙ୍ଗିର, ନୟାଗଡ଼ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.