fbpx

କମିସନରେଟ ପୁଲିସକୁ ବଡ଼ ସଫଳତା: ଫାସରେ ପଡ଼ିଲେ ୭ ସାଇବର୍ ଲୁଟେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିସନରେଟ ପୁଲିସ୍ କୁ ମିଳିଛି ବଡ଼ ସଫଳତା । ପୁଲିସ୍ ଆଜି ୭ଜଣ ସାଇବର୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏନେଇ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହି ୭ ସାଇବର୍ ଲୁଟେରା କଟକରେ ଅଫିସ୍ କରି ସାଇବର୍ ଅପରାଧ ଚଳାଇଥିଲେ । ତେବେ ଗିରଫ କରିବା ସମୟରେ ସେମାନଙ୍କ ଠାରୁ ୧୫୦ ମୋବାଇଲ୍, ୧୬ ହଜାର ସିମ୍ କାର୍ଡ ଜବତ କରାଯାଇଛି । ଲୁଟେରା ମାନେ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜରିଆରେ ଅପରାଧିକ କାର୍ଯ୍ୟ କରୁଥିଲେ । ଆଉ ଠକିବା ପରେ ସିମ୍ ଗୁଡିକୁ ନଷ୍ଟ କରି ଦେଉଥିଲେ ବୋଲି ପୁଲିସ୍ କମିସନର ସୂଚନା ଦେଇଥିଲେ ।

ସୂଚନା ଅନୁସାରେ, ଏହି ଲୁଟେରା ମାନେ ଓଡ଼ିଶାରେ ରହି ବିଭିନ୍ନ କମ୍ପାନୀର ସିମ୍ କାର୍ଡକୁ ବ୍ୟବହାର କରି ଗ୍ରାହକଙ୍କୁ ଠକୁଥିଲେ । ତେବେ ଏମାନଙ୍କ ଯୋଗାଯୋଗ କେବଳ ଓଡ଼ିଶା ଭିତରେ ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ରହିଛି । ଅଧିକତର ସାଇବର୍ ଅପରାଧି ଭଦ୍ରକ ପଟର ବୋଲି ଜଣାପଡିଛି । ତେବେ ଏହିପରି ଫେକ୍ ସିମ୍ କାର୍ଡ କୁ ବ୍ୟବହାର କରି ଚଳାଇଥିବା ସାଇବର୍ କ୍ରାଇମ୍ ଯୋଗୁଁ ଓଡ଼ିଶାର ହଜାର ହଜାର ଲୋକ ଠକେଇର ଶିକାର ହେଉଛନ୍ତି । ଏମାନେ ଫେକ୍ ସିମ୍ ଗୁଡିକୁ ଅଜଣା ଲୋକମାନଙ୍କ ନାମରେ ଆକ୍ଟିଭ୍ କରି ବିକ୍ରି କରି ସେଗୁଡିକର ଭୁଲ୍ ଫାଇଦା ଉଠାଉଥିଲେ । ହେଲେ ପୁଲିସ୍ ଆଜି ଏହି ବଡ଼ ଧରଣର ର୍ୟାକେଟ୍ କୁ ଧରିବାରେ ସଫଳ ହୋଇଛି । ପୁଲିସ୍ ଆଜି ର୧୬ ହଜାର ୧୪୭ ସିମ୍ କାର୍ଡ ଏବଂ ୧୧୦ଟି ମୋବାଇଲ୍ ମଧ୍ୟ ଜବତ କରିଛି ।

Get real time updates directly on you device, subscribe now.