ଏଥର ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ: ଆଜିଠୁ କମିବ ତାତି, ବଢିବ ବର୍ଷା
ରାଜ୍ୟକୁ ପୁଣି ଫେରୁଛି ମୌସୁମି ଜନିତ ବର୍ଷା । ଆସନ୍ତା 14 ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମି ଜନିତ ପ୍ରବଳ ବର୍ଷା ହେବା ନେଇ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ବର: ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି । ବର୍ଷାରେ ଭିଜିବ ରଜ । ଆଗାମୀ 7 ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା । ଦିନର ତାପମାତ୍ରା ଆଜିଠୁ 2ରୁ 3 ଡିଗ୍ରୀ ଖସିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । କାରଣ ରାଜ୍ୟକୁ ପୁଣି ଫେରୁଛି ମୌସୁମି ଜନିତ ବର୍ଷା ।
ଆସନ୍ତା 14 ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମି ଜନିତ ପ୍ରବଳ ବର୍ଷା ହେବା ନେଇ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁଣି ଏଭଳି ପରିସ୍ଥିତିରେ 4 ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହୋଇପାରେ, ତେଣୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେଇଛି ବିଭାଗ ।
ଗତ 24 ଘଣ୍ଟା ଭିତରେ କାଳ ବୈଶାଖୀରେ ଜନିତ ବର୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । 66.4 ମିଲିମିଟର ପ୍ରବଳ ବର୍ଷା ହେବା ନେଇ ରେକଡ଼ କରିଛି ବିଭାଗ । ପୁଣି ଆଗାମୀ 7 ଦିନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଲାଗିକି ରହିବ ।
ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟର ଗୋଟେ କିମ୍ବା ଦୁଇଟିକୁ ସ୍ଥାନରେ ପ୍ରବଳ ବର୍ଷା ସହିତ ଝଟକା ପବନ ବି ବହିପାରେ । ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ସହିତ ଅନ୍ୟ ବାକି ଜିଲ୍ଲା ମାନଙ୍କରେ ବଜ୍ରପାତ ବି ହୋଇପାରେ ସେଥିପାଇଁ ଆଲର୍ଟ ଜାରି କଲା ବିଭାଗ । ତେବେ ୧୩ ତାରିଖ ଓ ୧୪ ତାରିଖରେ ବି ବର୍ଷା ଲାଗିରହିବ ।