fbpx

ପଶ୍ଚିମବଙ୍ଗରେ ଭୟଙ୍କର ବିସ୍ଫୋରଣ; ୭ ଜଣଙ୍କ ମୃତ୍ୟୁ, ଅନେକ ଲୋକ ଆହତ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଜିଲ୍ଲା ଅନ୍ତର୍ଗତ ଏଗ୍ରା ଖାଦିକୁଲ ଗାଁରେ ଏକ ଭୟଙ୍କର ବିସ୍ଫୋରଣ ଘଟିଯାଇଛି । ବେଆଇନ ବାଣ କାରଖାନାରେ ହଠାତ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୭ ଜଣଙଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ସେଠାରେ ବାଣ ତିଆରି ନାଁରେ ବୋମା ଭିଡାଯାଉଥିଲା ।

ଅସାବଧାନତା ଯୋଗୁଁ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି ଏବଂ ୭ ଜଣ ସାଧାରଣ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ଏହାପରେ ଘଟଣାସ୍ଥଳରେ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ଏହା ଭିତରେ ପୋଲିସକର୍ମୀଙ୍କୁ କିଛି ଲୋକ ଗୋଡାଇ ଗୋଡାଇ ମାରପିଟ କରିଥିବା ଦେଖିବାକୁ ମିଳିଛି । ଏହାପରେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି । ଅନ୍ୟ ପକ୍ଷରେ ଭାରତୀୟ ଜନତା ପାର୍ଟି ତରଫରୁ ଘଟଣାର ଏନଆଇଏ ତଦନ୍ତ ଦାବି କରାଯାଇଛି ।

Get real time updates directly on you device, subscribe now.