RCBର ଭିକ୍ଟ୍ରି ପରେଡ୍ ପାଇଁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା, ୭ ଜଣଙ୍କ ମୃତ୍ୟୁ, ୫୦ ଆହତ

ଷ୍ଟାଡ଼ିୟମ ବାହାରେ ଦଳାଚକଟାରେ ୭ ଜଣଙ୍କ ମୃତ୍ୟୁ। ୫୦ ଆହତ

ବେଙ୍ଗାଲୁରୁ: ଷ୍ଟାଡିୟମ ବାହାରେ ବଡ଼ ଅଘଟଣ। ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା। RCBର ଭିକ୍ଟ୍ରି ପରେଡ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବଡ଼ ଅଘଟଣ। ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ପାଖାପାଖି ୫୦ରୁ ଅଧିକ ଜଣ ଆହତ ହୋଇଥିବା କୁହାଯାଉଛି।

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCBର ଭିକ୍ଟ୍ରି ପରେଡ୍ କାର୍ଯ୍ୟକ୍ରମ ଥିଲା। ଯେହେତୁ ୧୮ ବର୍ଷ ପରେ RCB IPL ଚାମ୍ପିଅନ ହୋଇଛି ତେଣୁ ଲକ୍ଷ ଲକ୍ଷ ସମର୍ଥକ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ।

ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲାଠି ଚାର୍ଜ ଆରମ୍ଭ କରିଥିଲା। ଏହି ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଏବେସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୫୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।