fbpx

ମଝି ଆକାଶରେ ଉଡୁଥିଲା ବିମାନ: ହଠାତ୍ ହେଲା କମ୍ପନ, ଆଉ ତା’ ପରେ

Seven injured as flight from Singapore to Guangzhou hit by turbulence

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଶୁଭକାମନା ଜଣାଇ ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡାଣ ଭରିଥିଲା ବିମାନ । ହେଲେ ହଠାତ୍ ମଝି ଆକାଶରେ ହେଲା କମ୍ପନ । ଫଳରେ ବିମାନଟି ଜରୁରୀ ଅବତରଣ କରିଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସିଙ୍ଗାପୁରରୁ ଚୀନ ଯାଉଥିବା ବିମାନରେ । ମଝି ଆକାଶରେ ବିମାନ ଦେହଲିବା ଫଳରେ ଯାତ୍ରୀମାନଙ୍କର ଶ୍ବାସକ୍ରିୟାରେ ସମସ୍ୟା ହୋଇଥିବା ଜଣାପଡିଛି । ବୋଇଂ 787-9 ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ସମସ୍ୟା ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଏହି ଦୁର୍ଘଟଣାରେ 7ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରୁ 3ଜଣ କ୍ରୁ ମେମ୍ବର ରହିଛନ୍ତି । ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ଆହତ ଯ।ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଯାତ୍ରୀମାନଙ୍କର ସ୍ବାସ୍ଥ୍ୟବସ୍ଥା ନେଇ କମ୍ପାନୀ ପକ୍ଷରୁ କୌଣସି ସବିଶେଷ ସୂଚନା ଦିଆଯାଇ ନାହିଁ ।

କମ୍ପାନୀର କହିବା ଅନୁସାରେ, ଭାରତୟୀ ସମୟ ସକାଳ 5ଟା 45ରେ ସିଙ୍ଗାପୁରରୁ ଉଡାଣ ଭରିଥିଲା ବିମାନ । ତେବେ ଉଡାଣ ଭରିବାର ପ୍ରାୟ ସାଢେ 3 ଘଣ୍ଟା ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ଥିଲା। ଏହାପରେ ଆହତ ଯାତ୍ରୀମାନଙ୍କୁ ଆମେ ହସ୍ପିଟାଲରେ ଭର୍ତ୍ତି କରିଥିଲୁ । ପ୍ରକାଶଥାଉକି , ମୁମ୍ବାଇରୁ ଫ୍ରାଙ୍କଫଟ ଯାଉଥିବି ବିସ୍ତାରା ବିମାନରେ ମଧ୍ୟ ତ୍ରୁଟି ଦେଖାଯାଇଥିଲା । ଏହାପରେ ବିମାନରକୁ ତୁର୍କିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।

Get real time updates directly on you device, subscribe now.