fbpx

ବିଶ୍ୱର ବିରଳ ଘଟଣା: ନବଜାତ ଶିଶୁର ଓଜନ ୭ କେଜି, ଲମ୍ବ ୨ ଫୁଟ, ଏପରି ଶିଶୁ ଜନ୍ମ ନେବା ପଛର କାରଣ କ’ଣ

ନୂଆଦିଲ୍ଲୀ: ବେଳେବେଳେ ଆମ ପୃଥିବୀରେ କିଛି ବିରଳ ଘଟଣା ଦେଖିବାକୁ ମିଳିଥାଏ । ସାଧାରଣ ଭାବେ ଗୋଟିଏ ନବଜାତ ଶିଶୁର ଓଜନ ୨.୫ରୁ ୩.୫ କେଜି ମଧ୍ୟରେ ରହିଥାଏ । ତେବେ ନିକଟରେ ୭.୩ କେଜି ବିଶିଷ୍ଟ ଏକ ବିରଳ ଶିଶୁ ଜନ୍ମ ନେଇଛି । ଏଥିସହିତ ଏହି ଶିଶୁର ଲମ୍ବ ୨ ଫୁଟ ରହିଛି । ଏହି ବିଶାଳକାଳୟ ଶିଶୁକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସୂଚନା ମୁତାବକ, ବ୍ରାଜିଲରେ ଜଣେ ମହିଳା ଏହି ବିରଳ ଶିଶୁକୁ ଜନ୍ମ ଦେଇଛନ୍ତି । ଶିଶୁଟିର ଓଜନ ୭.୩ କେଜି ରହିଥିବା ବେଳେ ଲମ୍ବ ୨ ଫୁଟ ରହିଛି । ଶିଶୁର ଲମ୍ବ ଏବଂ ଓଜନ ଅତ୍ୟଧିକ ରହିଥିବାରୁ ନବଜାତର ଜନ୍ମ ସିଜେରିୟନ ସେକ୍ସନ ଦ୍ୱାରା କରାଯାଇଥିଲା । ଏହା ପୂର୍ବରୁ ଗତ ୧୯୫୫ ମସିହାରେ ବିଶ୍ୱର ସବୁଠାରୁ ଅଧିକ ଓଜନ ୧୦.୨ କେଜି ବିଶିଷ୍ଟ ଏକ ବାଳକ ଶିଶୁ ଜନ୍ମ ନେଇଥିଲା । ଏପରି ଶିଶୁକୁ ମେଡିକାଲ ସାଇନ୍ସରେ ‘ମାଇକ୍ରୋସେମିଆ’ କୁହାଯାଇଥାଏ ।

ଡାକ୍ତରଙ୍କ ଅନୁଯାୟୀ, ଏପରି ଶିଶୁ ଜନ୍ମ ନେବା ପଛରେ ଅନେକ କାରଣ ରହିଛି । ଅଧିକ ଓଜନ ବିଶିଷ୍ଟ ଶିଶୁ ଜନ୍ମ ନେବା ଫଳରେ ମାଆ ପ୍ରତି ବିପଦ ରହିଥାଏ । ମାଇକ୍ରୋସେମିଆ ଏକ ଗ୍ରୀକ ଶବ୍ଦ ହୋଇଥିବା ବେଳେ ଏହାର ଅର୍ଥ ହେଉଛି ବିଶାଳ ଶରୀର । ବାଳକ ଶିଶୁର ଓଜନ ୩.୩ କେଜି ଓ ବାଳିକା ଶିଶୁର ଓଜନ ୩.୨ କେଜି ରହିବା ଦରକାର ।

ଏହି ଓଜନଠାରୁ ଅଧିକ ଓଜନର ଶିଶୁମାନଙ୍କୁ ମାଇକ୍ରୋସେମିଆ ଶ୍ରେଣୀରେ ଗଣାଯାଇଥାଏ । ଦୁନିଆରେ ଜନ୍ମ ନେଇଥିବା ୧୨ ପ୍ରତିଶତ ଶିଶୁ ମାଇକ୍ରୋସେମିଆ ଶ୍ରେଣୀରେ ଆସିଥାନ୍ତି । ଝିଅଙ୍କ ଅପେକ୍ଷା ପୁଅମାନେ ମାଇକ୍ରୋସେମିଆ ଶ୍ରେଣୀରେ ଅଧିକ ମାତ୍ରାରେ ଜନ୍ମ ନେଇଥାନ୍ତି । ଗତ ୨୦୧୬ରେ ବିଶ୍ୱର ସବୁଠାରୁ ଅଧିକ ଓଜନ ବିଶିଷ୍ଟ ବାଳିକା ଶିଶୁ ୬.୮ କେଜି ଜନ୍ମ ନେଇଥିଲା ।

Get real time updates directly on you device, subscribe now.