fbpx

କମେଣ୍ଟ ପାସକୁ ନେଇ ଅଗ୍ନିମୁଖା ଛାତ୍ରୀ; ଛାତ୍ରଙ୍କୁ ଦେଲେ ଏପରି ଦଣ୍ଡ, ଭିଡିଓ ଭାଇରାଲ

ଅନୁଗୁଳ:ଆଜିକାଲି ସୋସିଆଲ ମିଡିରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । କିଏ ଏହି ଭିଡିଓ ପାଇଁ ବିବାଦରେ ଫସିଯାଉଛି ତ ଆଉ କିଏ ଏହି ଭାଇରାଲ ଭିଡିଓ ପାଇଁ ରାତାରାତି ଷ୍ଟାର ହୋଇଯାଉଛି । ତେବେ ପୂର୍ବୁ ଏହିପରି ଅନେକ ଭିଡିଓ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଏକ ବିଡିଓ ଭାଇରାଲ ହେଉଛି । ଯାହାକି ଗୋଟିଏ କଲେଜର ବୋଲି ଜଣା ପଡିଛି । ଏଥିସହିତ ଏଙି ଭିଡିଓରେ ଜଣେ ଛାତ୍ରୀ ଅନ୍ୟ ଜଣେ ଛାତ୍ରଙ୍କୁ ମାଡ ମାରୁଥିବାର ମଧ୍ୟ ଜଣାପଡିଛି । ତେବେ ସେ ଏପରି କାହିଁକି କରୁଛନ୍ତି ଆସନ୍ତୁ ଜାଣିବା ।

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ଅନ୍ତର୍ଗତ ଖମାର କଲେଜର ଜଣେ ଛାତ୍ରୀଙ୍କୁ ସେହି କଲେଜର ଜଣେ ଛାତ୍ର ଖରାପ କଣେଣ୍ଟ ଲେଖିଥିଲା । ଯାହାଫଳରେ ଛାତ୍ରୀଜଣକ ଏହାକୁ ନେଇ ଉତ୍ୟକ୍ତ ହୋଇଯାଇଥିଲେ ଏବଂ ଛାତ୍ର ଜଣଙ୍କୁ ଚାପୁଡା ଉପରେ ଚାପୁଡା କସିଦେଇଗଲେ । କେବଳ ଏତିକି ନୁହେଁ ଛାତ୍ରୀ  ଜଣକ ସେହି ଛାତ୍ରଙ୍କୁ ଚପଲରେ ମାଡ ମାରିବା ସହ ଗୋଡ ଧରି ଭୁଲ ମଧ୍ୟ ମଗାଇଥିଲେ । ଆଉ କହିଥିଲେ କୌଣସି ଝିଅଙ୍କୁ ଭୁଲରେ ବି ଏପରି ଖରାପ କମେଣ୍ଟ ଲେଖିବୁ ନାହିଁ । ସେହିପରି ଛାତ୍ର ଜଣଙ୍କ ଭୁଲ ମାଗିବା ସହ ଭିଡିଓ ଭାଇରାଲ କରିବାକୁ ମଧ୍ୟ ବାରଣ କରୁଥିବା ଜଣାପଡିଛି ।

ପ୍ରକୃତରେ ଯୁବତୀ ଜଣକ ସୋସିଆଲ ମିଡିଆରେ ଲାଇଭ କଲାବେଳେ ଯୁବକ ଜଣକ ସେଥିରେ ଖରାପ ଭାସା ଲେଖି କମେଣ୍ଟ ଦେଇଥିଲେ । ସେଥିରେ ଯୁବତୀ ଜଣକ ଉତକ୍ଷିପ୍ତ ହୋଇ କଲେଜରେ ଆସି ଯୁବକଙ୍କୁ ମାଡ଼ ମାରିଥିଲେ । ଆଉ ଏହାକୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ଏମିତି ମାଡ଼ ମାରି ଏହାକୁ ଭାଇରାଲ କରିବା ଆଇନଗତ ଅପରାଧ । ଅଭିଯୋଗ ନକରି ଏମିତି ମାଡ଼ ମାରିଥିବା ଯୁବତୀ ତଦନ୍ତର ଶିକାର ମଧ୍ୟ ହୋଇପାରନ୍ତି । ଏଥିସହିତ ପରବର୍ତ୍ତି ସମୟରେ ଏହା ମଧ୍ୟ ତାଙ୍କ ପାଇଁ ବିପଦର କାରଣ ହୋଇପାରେ । ତେବେ ବାସ୍ତବରେ ଯୁବତୀ କରିଥିବା ଏହି କାମ ଆଇନଗତ ଅପରାଧ ଅଟେ । ତେଣୁ ଏପରି ଭାବରେ କୌଣସି ବ୍ୟକ୍ତି ଆଇନକୁ ହାତକୁ ନେବା ଉଚିତ୍ ନୁହେଁ ।

 

Get real time updates directly on you device, subscribe now.