fbpx

କୋଇଲା ସାଜିଲା କାଳ: ଶୋଇଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶ: ଶୋଇଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ଏକ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହା ସହିତ ପରିବାରର ୨ ଜଣ ସଦସ୍ୟ ଗୁରୁତର ଥିବା ଜଣାପଡ଼ିଛି । ତେବେ ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ଅମରୋହ ଜିଲ୍ଲାରେ । ତେବେ ଶୀତରୁ ରକ୍ଷା ପାଇବା ପାଇଁ ଘର ଭିତରେ କୋଇଲା ଜାଳି ଶୋଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସୈଦ ନଗଲୀ ଥାନା ଅନ୍ତର୍ଗତ ଅଲ୍ଲୀପୁର ଗାଁର ବାସିନ୍ଦା ରଇସୁଦ୍ଦିନଙ୍କର ଘରେ ଗତକାଲି ଏହି ଘଟଣା ଘଟିଛି । ପରିବାରର ସମସ୍ତ ସଦସ୍ୟ ସୋମବାର ରାତି ପ୍ରାୟ ୮ଟାରେ ଶୀତରୁ ରକ୍ଷା ପାଇବା ପାଇଁ କୋଇଲାରେ ନିଆଁ ଲଗାଇ ଘରେ ଶୋଇଯାଇଥିଲେ । ତେବେ ଗତକାଲି ସନ୍ଧ୍ୟା ହେବା ପରେ ମଧ୍ୟ ଉଠିନଥିବା କାରଣରୁ ପଡ଼ୋଶୀମାନଙ୍କର ସନ୍ଦେହ ହୋଇଥିଲା । ତେବେ ସେମାନେ ଯାଇ ଘରର କବାଟ ଭାଙ୍ଗି ଭିତରକୁ ଯାଇ ଏପରି ଦୃଶ୍ୟ ଦେଖିଥିଲେ ।

ତେବେ ଲୋକମାନେ ଭିତରକୁ ଯିବା ବେଳକୁ ପରିବାରର ୫ ଜଣ ସଦସ୍ୟଙ୍କର ମୃତବତ ପଡ଼ିରହିଥିଲେ । ଅନ୍ୟ ଦୁଇଜଣ ବେହୋଶ ହୋଇ ପଡ଼ିଥିଲେ । କୋଇଲା ନିଆଁ କାରଣରୁ ସାରା ଘର ଭିତରେ ଧୂଆଁ ଭରି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ହସ୍ପିଟାଲ ନେଇଥିଲା । ତେବେ ସେଠାରେ ଡାକ୍ତର ପାଞ୍ଚଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣଙ୍କର ଗୁୂରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି ।

ତେବେ ସେମାନଙ୍କର ମୃତ୍ୟୁର କାରଣ ଅକ୍ସିଜେନ କମ ହେବା କାରଣରୁ ହୋଇଥିବା ପୁଲିସ ସୂଚନା ଦେଇଛି । ଘରେ କୋଇଲା ଜାଳି ଶୋଇବା କାରଣରୁ ଘରେ ଧୂଅାଁ ଭରି ଯାଇ ଏପରି ହୋଇଥିବା ଜଣାପଡ଼ିଛି । ତେବେ ୫ ଜଣଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁଲିସ ଏନେଇ ଅଧିକ ଅନୁସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.