fbpx

ନାସା ଚନ୍ଦ୍ରକୁ ପଠାଇବନି ‘ମୁନ୍ ମିଶନ୍’… ଜହ୍ନ ରାଇଜକୁ ଯିବେନି କେହି ଅନ୍ତରୀକ୍ଷ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ସ୍ପେସ ଏଜେନ୍ସି ନାସା ନିଜର ମୁନ୍ ମିଶନ୍ କୁ ନେଇ ଏକ ବଡ଼ ଖୁଲାସା କରିଛି । ଭାରତ(ଇସ୍ରୋ)ର ଚନ୍ଦ୍ରଯାନ-୩ ଜହ୍ନ ରାଇଜର ଦକ୍ଷିଣ ମେରୁରେ ପାଦ ଥାପିବା ସହ ଏକ ଇତିହାସ ସୃଷ୍ଟି କରିଛି । କିନ୍ତୁ ନାସାର ମୁନ୍ ମିଶନ୍ କୁ ଏବେ ଏକ ଶକ୍ତ ଝଟକା ଲାଗିଛି । ଚନ୍ଦ୍ରକୁ ମାନବ ପଠାଇବାର ଯୋଜନାରେ ନାସା ପଛଘୁଞ୍ଚା ଦେଉଥିବା ଦେଖାଯାଇଛି । ଏହି ମିଶନ୍ କୁ ଏବେ ନାସା ରଦ୍ଦ କରିଥିବା ନେଇ ନିଜେ ହିଁ ଘୋଷଣା କରିଛି ନାସା । ଚଳିତବର୍ଷ ଚନ୍ଦ୍ରପୃଷ୍ଠରେ ମାନବକୁ ଅବତରଣ କରିବା ଲକ୍ଷ୍ୟରେ ଥିବା ନାସା ଏବେ ନିଜ ମିଶନ୍ ଉପରେ ବ୍ରେକ ଲଗାଇଛି ।

ରିପୋର୍ଟ ଅନୁସାରେ, ଚଳିତବର୍ଷ ଶେଷ ଆଡ଼କୁ ନାସା ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ପାଇଁ ଯୋଜନା କରୁଥିଲା । କିନ୍ତୁ ଏବେ ଏହାକୁ ନେଇ ଏକ ବଡ଼ ଘୋଷଣା କରିଛି । ଅତି କମ୍ ରେ ୨୦୨୬ ପର୍ଯ୍ୟନ୍ତ ନାସାର ଏହି ମୁନ୍ ମିଶନ୍ ସ୍ତଗିତ ରହିଛି । ୨୦୨୬ ମସିହା ପୂର୍ବରୁ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଚନ୍ଦ୍ରମାକୁ ପଠାଇବନି ଆମେରିକାର ସ୍ପେସ ଏଜେନ୍ସି ନାସା । ଚଳିତବର୍ଷ ଚନ୍ଦ୍ରକୁ ୪ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ପଠାଇବା ପାଇଁ ନାସା ଜୋରଦାର ପ୍ରସ୍ତୁତି ଜାରି ରଖିଥିଲା ।କିନ୍ତୁ ବର୍ତ୍ତମାନ ଏହି ମିଶନକୁ ସ୍ଥଗିତ ରଖିଛି ନାସା । ସ୍ପେସ ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି ଯେ, ଆର୍ଟେମିସ ୩ ମିଶନ୍, ଆପୋଲୋ କାର୍ଯ୍ୟକ୍ରମ ପରେ ପ୍ରଥମ ଥର ଚନ୍ଦ୍ରକୁ ମନୁଷ୍ୟ ପଠାଇବାର ଯୋଜନା କରାଯାଇଥିଲା । କିନ୍ତୁ ଏହି ଯୋଜନାରେ ନାସା ପରିବର୍ତ୍ତନ କରିବା ସହ ମିଶନକୁ ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଘୋଷଣା କରିଛି ।

ସ୍ପେସଏକ୍ସ ବା ଷ୍ଟାରସିପ, ବିଶାଳ ରକେଟ ଏବଂ ଅନ୍ତରୀକ୍ଷ ଯାନ ସିଷ୍ଟମ ବିକଶିତ କରିବା ଦୃଷ୍ଟିକୋଣ ଇତ୍ୟାଦି ହେଉଛି ମିଶନ ସ୍ଥଗିତ ରହିବାର ମୁଖ୍ୟ କାରଣ । ଏହାଦ୍ୱାରା ଅନ୍ତରୀକ୍ଷ ଯାତ୍ରୀମାନଙ୍କୁ ଚନ୍ଦ୍ର କକ୍ଷରୁ ଦକ୍ଷିଣ ଧ୍ରୁବ ପର୍ଯ୍ୟନ୍ତ ନିଆଯାଇପାରେ । ୨୦୨୩ରେ ୨ଟି ଷ୍ଟାରସିପ ପରୀକ୍ଷଣ କରାଯାଇଥିବା ବେଳେ ଏହା ବିସ୍ଫୋଟ ହୋଇଛି । ନାସାର ଜଣେ ଅଧିକାରୀ କହିଛନ୍ତି ଯେ, ଚନ୍ଦ୍ରପୃଷ୍ଠରେ ରହିବା ସମୟରେ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ସେପସସୁଟ ପ୍ରସ୍ତୁତ କରିବାରେ ମଧ୍ୟ ଇଞ୍ଜିନିୟରମାନଙ୍କର ବିଳମ୍ବ ହୋଇପାରେ ବୋଲି ଆଶଙ୍କା ରହିଛି । ଯାହା ଫଳରେ ନାସାକୁ ନିଜର ମୁନ୍ ମିଶନ୍ ସ୍ଥଗିତ ରହିବାକୁୁ ବାଧ୍ୟ କରିଛି ।

Get real time updates directly on you device, subscribe now.