fbpx

ସିକିମ ପ୍ରଳୟଙ୍କରୀ ବନ୍ୟାରେ ଏବେ ବି ଫସି ରହିଛନ୍ତି ୭ ଜଣ ଓଡ଼ିଆ ପର୍ଯ୍ୟଟକ

ନୂଆଦିଲ୍ଲୀ: ସିକିମର ତିସ୍ତା ନଦୀରେ ଆସିଥିବା ଆକସ୍ମିକ ବନ୍ୟାରେ ଅନେକ ଜଣକ ଧନଜୀବନ ନଷ୍ଟ ହୋଇଯାଇଛି । ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୪୧,୮୭୦ ଲୋକ ପ୍ରଭାବିତ ହୋଇଛନ୍ତି। ଏବେ ବି ଅନେକ ଜଣ ଏହି ବନ୍ୟାରେ ନିଖୋଜ ଅଛନ୍ତି । ଏପର୍ଯ୍ୟନ୍ତ ସେନା ଯବାନଙ୍କ ସମେତ ବହୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଏବେ ବି ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି ।

ଅନ୍ୟପଟେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଅନୁଯାୟୀ, ସିକିମ ବନ୍ୟାରେ ଏବେ ବି ଅନେକ ଜଣ ପର୍ଯ୍ୟଟକ ସିକିମରେ ଫସିରହିଛନ୍ତି । ଏନେଇ ସୂଚନା ଅଧିକାରୀମାନେ ଲିଷ୍ଟ ଜାରି କରି ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ଓଡ଼ିଶାରୁ ୭ ଜଣ ପର୍ଯ୍ୟଟକ ଫସି ରହିଥିବା ସୂଚନାରେ ପ୍ରକାଶ କରାଯାଇଛି । ଜାରି କରାଯାଇଥିବା ସୂଚନା ଲିଷ୍ଟରେ ୮୨୧ରୁ ୮୨୭ ପର୍ଯ୍ୟନ୍ତ ଓଡ଼ିଶା ପର୍ୟ୍ୟଟକ ରହିଛନ୍ତି। ତେବେ ଏଠାରେ କହି ରଖୁଛୁ ଯେ, ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାର ସିକିମ ସରକାରଙ୍କ ସହ ଯୋଗାଯୋଗ କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.