ଭାରତୀୟ ରେଳବାଇର ‘ଜନତା ଖାନା’, ମାତ୍ର ୧୫ ଟଙ୍କାରେ ୭ ପୁରୀ ଆଉ ତରକାରୀ, ଲୋକ କହୁଛନ୍ତି WOW…
ଏବେ ଭାଇରାଲ ହେବାରେ ଲାଗିଛି ଭାରତୀୟ ରେଳବାଇର‘ଜନତା ଖାନା’। ମାତ୍ର ୧୫ ଟଙ୍କାରେ ୭ ପୁରୀ ଆଉ ତରକାରୀ ।
ନୂଆଦିଲ୍ଲୀ: ଏବେ ଭାଇରାଲ ହେବାରେ ଲାଗିଛି ଭାରତୀୟ ରେଳବାଇର‘ଜନତା ଖାନା’। ମାତ୍ର ୧୫ ଟଙ୍କାରେ ୭ ପୁରୀ ଆଉ ତରକାରୀ । କେହି କେହି କହୁଛନ୍ତି ‘ୱାଓ’, ଆଉ କେହି କେହି କହୁଛନ୍ତି ‘ଆହା’ ।
ଭାରତୀୟ ରେଳବାଇର 15 ଟଙ୍କାର ଜନତା ଖାନା ଆଜିକାଲି ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଏହି ଥାଳିରେ 7ଟି ପୁରୀ, ତରକାରୀ ଆଉ ଆଚାର ରହିଛି । ଯାହାର ମୁଲ୍ୟ ମାତ୍ର 15 ଟଙ୍କା ରଖାଯାଇଛି ।
IRCTC ଏବଂ ଭାରତୀୟ ରେଳବାଇ ଗତ ବର୍ଷ ମିଳିତ ଭାବରେ ଏହି ପ୍ରୟାସ ଆରମ୍ଭ କରିଥିଲେ । ଏହି ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଇ ଦିଆଯାଉଥିଲା । ଏହାଛଡ଼ା 20 ଟଙ୍କାରେ ସେହି ଖାଦ୍ୟ 300 ମିଲି ପାଣଇ ବୋତଲ ସହିତ ଉପଲବ୍ଧ ।
ତେବେ ଏହାକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକ ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି ତ କିଛି ଲୋକ ଏହାପ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।