fbpx

ଲଦାଖରେ ନଦୀକୁ ଖସିଲା ସେନା ଗାଡ଼ି, ୯ ଯବାନ ସହିଦ

ନୂଆଦିଲ୍ଲୀ: ସୀମା ରାଜ୍ୟ ଲଦାଖରେ ସେନା ଭାରତୀୟ ସୈନିକଙ୍କ ସହିତ ବଡ଼ ଦୁର୍ଘଟଣା ଘଟି ଯାଇଛି। ଶନିବାର ସନ୍ଧ୍ୟା ୬ ଟା ୩୦ ମିନିଟ ସମୟରେ ଲଦାଖରେ ସୈନ୍ୟବାହିନୀର ଏକ ଗାଡ଼ି ନଦୀକୁ ଖସି ପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ପ୍ରାୟ ୯ ଯବାନ ମୃତ୍ୟୁ ବରଣ କରିଥାଇ ପାରନ୍ତି ବୋଲି ପୋଲିସ ସୂଚନା ଦେଇଛି । କ୍ୟାରୀ ସହରଠାରୁ ୭ କିଲୋମିଟର ଦୂରରେ ଏକ ଦୁର୍ଘଟଣାରେ ଘଟିଛି। ଏହି ଘଟଣାରେ ଅନ୍ୟ ଅନେକ ଆହତ ହୋଇଛନ୍ତି। ସୈନ୍ୟମାନେ କାରୁ ଗ୍ୟାରିସନରୁ ଲେହ ନିକଟ କ୍ୟାରୀକୁ ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଅଧିକାରୀଙ୍କ ସୂଚନା ଅନୁଯାୟୀ ୫ ଟ୍ରକ୍ ଏକା ସାଙ୍ଗରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିଥିବା ଟ୍ରକ୍‌ରେ ୧୦ ଜଣ ଯବାନ ଥିଲେ । ସହିଦ ମାନଙ୍କ ମଧ୍ୟରେ ଜଣେ ଜୁନିଅର କମିସନ୍ ଅଫିସର(ଜେସିଓ) ଏବଂ ଆଠ ଜଣ ସାଧାରଣ ଯବାନ ରହିଥିଲେ, ଯେଉଁ ମାନଙ୍କର ମୃତ ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ସେନା ପକ୍ଷରୁ ବଡ଼ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.