ନୂଆ ଦିଲ୍ଲୀ: ପାହାଡରେ ବରଫପାତ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭାରତର ସୁରକ୍ଷାକର୍ମୀ । ବିଭିନ୍ନ ମୁସ୍କିଲ ପରିସ୍ତିତି ଦେଇ ଗତି କରୁଛନ୍ତି ଭାରତର ଯବାନ । ଏହାରି ମଧ୍ୟରେ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ହିମସ୍ଖଳନ ଯୋଗୁଁ ବରଫ ତଳେ ଫସି ସହୀଦ ହୋଇଛନ୍ତି ୭ ଜଣ ବୀର ଯବାନ । ଆଜି ସେମାନଙ୍କ ମୃତ ଶରୀର ଉଦ୍ଧାର କରିଛି ରେସ୍କ୍ୟୁ ଟିମ ।
ସୂଚନା ଅନୁସାରେ ରବିବାର ଭାରତୀୟ ସେନା ୭ ଜଣ ଯବାନ ହିମ ସ୍ଖଳନ ଯୋଗୁଁ ବରଫ ତଳେ ରହିଯାଇଥିଲେ । ତେବେ ଅନେକ ଖୋଜାଖୋଜି ପରେ ଆଜି ସେମାନଙ୍କର ମୃତ ଶରୀର ଉଦ୍ଧାର କାର୍ଯ୍ୟ କରାଯାଇଛି । ୧୪,୫୦୦ ଫୁଟ ଉପରେ ଥିବା କାମେଙ୍ଗ ସେକ୍ଟରରେ ଗତ କିଛି ଦିନରୁ ବରଫପାତ ଯୋଗୁଁ ୭ ଜଣ ଯବାନ ବରଫ ତଳେ ରହିଯାଇଥିବା କହିଛନ୍ତି ଭାରତୀୟ ସେନାର ଜଣେ ଅଧିକାରୀ । ସେମାନଙ୍କୁ ଉଦ୍ଧାର କରିବାର ବିଭିନ୍ନ ପ୍ରୟାସ ଫେଲ ମାରିବା ପରେ ଆଜି ସେମାନଙ୍କର ମୃତଦେହକୁ ଉଦ୍ଧାର କରିଛି ରେସ୍କସ୍କୁ ଟିମ ।
Next Post