fbpx
BSKY SKY
BSKY SKY

ବାତିଲ ହୋଇଯିବ ୭୦ ଲକ୍ଷ ରାସନ କାର୍ଡ,ଚିନ୍ତାରେ ହିତାଧିକାରୀ

BSKY

ନୂଆଦିଲ୍ଲୀ: ରାସନ କାର୍ଡ ଧାରି ହୋଇଯାନ୍ତୁ ସାବଧାନ। ବାତିଲ ହୋଇପାରେ ଆପଣଙ୍କ ରାସନ କାର୍ଡ । କାରଣ କେନ୍ଦ୍ର ସରକାର ନେବାକୁ ଯାଉଛନ୍ତି ଏଭଳି କିଛି ବଡ ନିଷ୍ପତ୍ତି। ୭୦ ଲକ୍ଷ କାର୍ଡ ହେବ ବାତିଲ। ଜାଣନ୍ତୁ ଆପଣଙ୍କ କାର୍ଡ ବାତିଲ ହେବ କି ନାହିଁ। ଜାତୀୟ ଖାଦ୍ୟ ସୁର କ୍ଷା ଆଇନ ଆଧାରରେ ମୋଦି ସରକାର ୭୦ ଲକ୍ଷ କାର୍ଡ ଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛନ୍ତି। ଆଉ ତୃଣମୂଳ ସ୍ତରରେ ଯାଞ୍ଚ ପାଇଁ ରାଜ୍ୟ ଗୁଡିକୁ ପଠାଇ ଦିଆଯାଇଛି । ଯାଞ୍ଚ ପରେ କାର୍ଡ ଧାରି ରାସନ ପାଇବାକୁ ଯୋଗ୍ୟ କି ନାହିଁ ଜଣାପଡିବ।

୨୦୧୩ ରୁ ୨୦୨୧ ମଧ୍ୟରେ ୪.୭୪ କୋଟି ରାସନ କାର୍ଡ ବାତିଲ କରାଯାଇଥିବା ଖାଦ୍ୟ ସଚିବ କହିଛନ୍ତି ।ଗତ ୯ ବର୍ଷରେ ନକଲି କାର୍ଡ ବାତିଲ ହେବା ଦ୍ୱାରା ୧୯ କୋଟି ଲୋକ ଉପକୃତ ହୋଇଛନ୍ତି। ସେହିଭଳି ବର୍ତ୍ତମାନ ୭୦ ଲକ୍ଷ କାର୍ଡଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖାଯାଇଛି। ତଥ୍ୟ ସଂଗ୍ରହ ପରେ ନକଲି କାର୍ଡ ଧାରୀଙ୍କ ନାମ କଟାଯାଇ ନୂତନ ନାମ ରେ କାର୍ଡ ହେବ ୭୦ ଲକ୍ଷ ରୁ ୫୦ କିମ୍ବା ୬୦ ପ୍ରତିଶତ ନକଲି ସାବ୍ୟସ୍ତ ହେଲେ ତାଙ୍କ ପରିବର୍ତ୍ତେ ସୁଯୋଗ୍ୟ ଉପଭୋକ୍ତାଙ୍କୁ ଲାଭ ମିଳିବ।

Get real time updates directly on you device, subscribe now.