fbpx

Lung Cancer ମହିଳାଙ୍କ ସେକ୍ସ ଇଚ୍ଛା, ଆଗ୍ରହ, ଅସନ୍ତୋଷ, ଯୌନାଙ୍ଗ ଯନ୍ତ୍ରଣାକୁ ବହୁମାତ୍ରାରେ ପ୍ରଭାବିତ କରୁଛି, ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ଆଜିର ସମୟରେ କ୍ୟାନସର ଏକ ଭୟଙ୍କର ବୀମାରୀ ହୋଇଥିବା ବେଳେ ଏହା ଉଭୟ ପୁରୁଷ ଓ ମହିଳାଙ୍କ ଶରୀରର ଅନେକ ଅଙ୍ଗକୁ ସଂକ୍ରମିତ କରିଥାଏ । ଏବେ ଫୁସଫୁସ କ୍ୟାନସରକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଫୁସଫୁସ କ୍ୟାନସର ଦ୍ୱାରା ମହିଳାଙ୍କର ସେକ୍ସ ଲାଇଫ୍ ଅନେକ ମାତ୍ରାରେ ପ୍ରଭାବିତ ହୋଇଥାଏ । ଏହି ଷ୍ଟଡି ପାଇଁ ମହିଳାଙ୍କର ସେକ୍ସୁଆଲ ଇଚ୍ଛା, ଆଗ୍ରହ, ଯୌନାଙ୍ଗ ସମ୍ବନ୍ଧୀୟ କଷ୍ଟ, ଅସନ୍ତୋଷ ଆଦିକୁ ଫୁସଫୁସ କ୍ୟାନସରରେ ସଂକ୍ରମିତ ହେବା ପୂର୍ବ ଓ ପର ସ୍ଥିତି ସହ ସମୀକ୍ଷା କରାଯାଇଥିଲା ।

ତେବେ ଫୁସଫୁସ କ୍ୟାନସର ମହିଳାଙ୍କ ଯୌନ ଜୀବନରେ ବ୍ୟାଘାତ ସୃଷ୍ଟି କରୁଥିବା ଷ୍ଟଡିରୁ ସ୍ପଷ୍ଟ ହୋଇଥିଲା । ଏହି ଗବେଷଣା ଟିମରେ ଅଧିକାଂଶ ମହିଳା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ସର୍ଟିଫାଏଡ ଯୌନ ପରାମର୍ଶଦାତା ଓ ୨ ଜଣ ଫୁସଫୁସ କ୍ୟାନସର ରୋଗୀ ଆଇନଜୀବୀ ରହିଥିଲେ । ଗତ ୨୦୨୦ ମସିହା ଜୁନରୁ ୨୦୨୧ ମସିହା ଜୁନ ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା । ସର୍ଭେ ସମାପ୍ତ ହେବା ପରେ ଫୁସଫୁସ କ୍ୟାନସରର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସ୍ଥିତି କିପରି ରହିଛି ସେନେଇ ପ୍ରତିଯୋଗୀଙ୍କୁ ପଚରା ଯାଇଥିଲା ।

ତେବେ ଫୁସଫୁସ କ୍ୟାନସରର ପୂର୍ବ ଓ ପରର ସ୍ଥିତିକୁ ସମୀକ୍ଷା କରାଯାଇଥିଲା । ମହିଳାଙ୍କଠାରେ ଯୌନ ଇଚ୍ଛା, ଆଗ୍ରହ ୧୫ରୁ ୩୧ ପ୍ରତିଶତ ହ୍ରାସ ପାଇଥିଲା । ସେହିପରି ଯୌନ ଯନ୍ତ୍ରଣା, ଅସନ୍ତୋଷ ୧୩ରୁ ୪୩ ପ୍ରତିଶତ କମିଯାଇଥିଲା । ୧୨୭ ଜଣ ପ୍ରତିଯୋଗୀଙ୍କର ଗତ ୩୦ ଦିନର ଯୌନ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କଠାରେ ଯୌନାଙ୍ଗ ଶୁଷ୍କତା, ୨୬ ଜଣଙ୍କ ଠାରେ ଯୌନାଙ୍ଗ କଷ୍ଟ, ଅସନ୍ତୋଷ ଆଦି ସମସ୍ୟା ସେକ୍ସୁଆଲ ଆକ୍ଟିଭିଟି ସମୟରେ ଦେଖାଯାଇଥିଲା ।

Get real time updates directly on you device, subscribe now.