fbpx

ଧ୍ୱଂସ ଅଭିମୁଖେ ସମଗ୍ର ବିଶ୍ୱ! ୫୦ ବର୍ଷ ମଧ୍ୟରେ ୭୦ ପ୍ରତିଶତ ଜୀବଜନ୍ତୁ ଓ ବୃକ୍ଷଲତା ଲୋପ ପାଇଛନ୍ତି: WWF ରିପୋର୍ଟ

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ଜଳବାୟୁ ପରିବର୍ତ୍ତନର ସ୍ଥିତି ବଦଳିବାରେ ଲାଗିଛି । ଏହାର ଭୟଙ୍କର କୁପ୍ରଭାବ ଉଭୟ ମଣିଷ ଓ ବନ୍ୟଜନ୍ତୁଙ୍କ ଉପରେ ପଡ଼ୁଛି । ତେବେ ନିକଟରେ ବନ୍ୟଜନ୍ତୁଙ୍କୁ ନେଇ ଏକ ଭୟଙ୍କର ରିପୋର୍ଟ ସାମ୍ନାକୁ ଆସିଛି । ଜଳବାୟୁ ପରିବର୍ତ୍ତନ ସହିତ ବାସସ୍ଥଳୀର ଅଭାବ ଓ ପ୍ରଦୂଷଣ କାରଣରୁ ବନ୍ୟଜନ୍ତୁଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ବିଶ୍ୱ ବନ୍ୟଜନ୍ତୁ ଫଣ୍ଡ (ଡବ୍ଲ୍ୟୁଡବ୍ଲ୍ୟୁଏଫ) ପକ୍ଷରୁ ଆସିଥିବା ଏହି ରିପୋର୍ଟକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି ।

ରିପୋର୍ଟ ମୁତାବକ, ୧୯୭୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ବିଶ୍ୱର ଦୁଇତୃତୀୟାଂଶ ବନ୍ୟଜନ୍ତୁଙ୍କ ସଂଖ୍ୟା ସମାପ୍ତ ହୋଇଯାଇଛି । ଅର୍ଥାତ ୬୯ ପ୍ରତିଶତ ପଶୁପକ୍ଷୀ, ବୃକ୍ଷଲତା ଓ ସମୁଦ୍ର ସବୁ ଧ୍ୱଂସ ପାଇଯାଇଛନ୍ତି । ଅର୍ଥାତ ପ୍ରତି ମିନିଟରେ ୨୭ଟି ଫୁଟବଲ ପଡ଼ିଆ ଆକାରର ଜଙ୍ଗଲ ଧ୍ୱଂସ ହୋଇଯାଉଛି । ସେହିପରି ସମୁଦ୍ରରୁ ଅନେକ ପ୍ରକାରର ପଥର ମଧ୍ୟ ଲୋପ ପାଇଯାଇଛି ।

ଯଦି ଏପରି ସ୍ଥିତି ଆଗକୁ ଜାରି ରୁହେ, ତେବେ ସ୍ଥଳଭାଗ ଓ ସମୁଦ୍ର ଉଭୟ ଧ୍ୱଂସ ପାଇବା ଅବଶ୍ୟମ୍ଭାବୀ । ଏହାର କାରଣ ହେଉଛି ମଣିଷ ମୌସୁମୀକୁ ବଦଳାଇ ଦେଇଛି । ନିଜର ବାସସ୍ଥାନ ପାଇଁ ସେ ପ୍ରକୃତିକୁ ନଷ୍ଟଭ୍ରଷ୍ଟ କରିଦେଇଛି । ଯେଉଁ ମାତ୍ରାରେ ସହର ବୃଦ୍ଧି ପାଉଛି, ସେହି ମାତ୍ରାରେ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅନେକ ବୃକ୍ଷଲତା ଓ ଜୀବଜନ୍ତୁ ଗାଏବ ହୋଇଯାଇଛନ୍ତି । ଅନେକ ପଶୁପକ୍ଷୀ ଓ ବୃକ୍ଷଲତାଙ୍କୁ ଆଉ ଭୂପୃଷ୍ଠରେ ଦେଖିବାକୁ ମିଳୁନାହିଁ । ଦୁଃଖର କଥା, ମଣିଷ ନିଜର ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ ପାଇଁ ଏହି ନିରୀହ ଜୀବମାନଙ୍କର ସର୍ବନାଶ କରିଦେଉଛି । ପ୍ରତିବର୍ଷ ୨.୫ ପ୍ରତିଶତ ଜଙ୍ଗଲୀ ଜୀବଙ୍କ ସଂଖ୍ୟା ହ୍ରାସ ଘଟୁଥିବା ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.