fbpx
BSKY SKY
BSKY SKY

DRDO, BEL, AIIMS ଏବଂ FCI ସହ ୭୦୦୦ ରୁ ଅଧିକ ପୋଷ୍ଟରେ ସରକାରୀ ଚାକିରି

BSKY

ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ସରକାରୀ ଚାକିରି ପାଇଁ ଇଚ୍ଛୁକ ତେବେ ଆପଣଙ୍କ ପାଖରେ ଭାରତୀୟ ଖାଦ୍ୟ ନିଗମ(FCI), ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO), ସେଣ୍ଟର ଫର୍ ପର୍ସନାଲ ଟାଲେଣ୍ଟ ମ୍ୟାନେଜମେଣ୍ଟ(CEPTAM), ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍(BEL) ଏବଂ ଅନ୍ୟ ସମେତ ଭିନ୍ନ ଭିନ୍ନ ସଂଗଠନରେ ୭୦୦୦ ରୁ ଅଧିକ ଭିନ୍ନ ଭିନ୍ନ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ । ଏହି ସଂଗଠନରେ ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ/ଟେକ୍ନିସିଆନ, ସ୍ପଶାଲିଷ୍ଟ, ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ଗ୍ରେଡ ୩, ଜୁନିୟର ଇଞ୍ଜିନିୟର, ଟାଇପିଷ୍ଟ ଏବଂ ଷ୍ଟେନୋଗ୍ରାଫର ଗ୍ରେଡ୍ ୨ ଏବଂ ଅନ୍ୟ ପଦବୀ ଗୁଡ଼ିକରେ ବିଜ୍ଞପ୍ତି ଜାରି ହୋଇଛି ।

ଡିଆରଡିଓ ସିଇପିଟିଏମଏମ ୧୦ ନିଯୁକ୍ତି: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ସେଣ୍ଟର ଫର ପର୍ସନାଲ ଟାଲେଣ୍ଟ ମ୍ୟାନେଜମେଣ୍ଟ ନିଜ ଅଫିସିଆଲ ୱେବସାଇଟରେ ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ ଏବଂ ଟେକ୍ନିସିଆନ ରେ ୧୯୦୧ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୂଯାୟୀ ବିଜ୍ଞାପରେ ଗ୍ରାଜୁଏଟ କିମ୍ବା ଇଞ୍ଜିନିୟରିଂ ରେ ଡିପ୍ଲୋମା ଥିବା ଆଶାୟୀ ଏହି ପଦରେ ୨୩ ସେପ୍ଟେମ୍ବର ମଧ୍ୟରେ ଆବେଦନ କରିପାରିବେ ।

ଏଫସିଆଇ କାଟାଗୋରୀ ୩ ରିକ୍ରୁଟମେଣ୍ଟ ୨୦୨୨: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ସହାୟକ ଗ୍ରେଡ୍ ୩, ଜେଇ, ଟାଇପିଷ୍ଟ, ଷ୍ଟେନୋ ଗ୍ରେଡ୍ ୨ ଏବଂ ଅନ୍ୟ ପଦବୀ ସହ ସମୁଦାୟ ୫୦୪୩ ଅଣ-କାର୍ଯ୍ୟକାରୀ ପଦ ପାଇଁ ଅନଲାଇନ ଆବେଦନ ଗ୍ରହଣ କରିଛି । ଆଶାୟୀ ଏହି ପଦ ପାଇଁ ୫ ଅକ୍ଟୋବର ୨୦୨୨ ସୁଦ୍ଧା କିମ୍ବା ଏହା ପୂର୍ବରୁ ଆବେଦନ କରିପାରିବେ ।

ବିଇଏଲ ନିଯୁକ୍ତି ୨୦୨୨: ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ନିଜ ଅଫିସିଆଲ ୱେବସାଇଟରେ ଇଞ୍ଜିନିୟରିଂ ସହାୟକ ଏବଂ ଟେକ୍ନିସିଆନ ସହ ଭିନ୍ନ ଭିନ୍ନ ୨୧ ପଦରେ ନୋଟିଫିକେସନ ଜାରି କରିଛି । ଏହି ସବୁ ପଦବୀରେ ୨୩ ସେପ୍ଟେମ୍ବର ୨୦୨୨ ମଧ୍ୟରେ ଆବେଦନ କରିପାରିବେ ।

ସିଏନସିଆଇ କୋଲକାତା ନିଯୁକ୍ତି: ଚିିତ୍ତରଞ୍ଜନ ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନ(ସିଏନସିଆଇ) କୋଲକାତା, ୨୭ ବିଶେଷଜ୍ଞ ଗ୍ରେଡ-୧ ଏବଂ ୨ ପଦ ପାଇଁ ଅନଲାଇନ ଆବେଦନ ମାଗିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ୨୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ କିମ୍ବା ଏହା ପୂର୍ବରୁ ଆବେଦନ କରିପାରିବେ ।

ଏମ୍ସ ରିସିକେଶ୍ ନିଯୁକ୍ତି ୨୦୨୨: ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସସ୍ଥାନ(ଏମ୍ସ) ଏହାର ଅଫିସିଆଲ ୱେବସାଇଟ୍ ରେ ୩୩ ଟ୍ୟୁଟର/କ୍ଲିନିକାଲ ଇନଷ୍ଟ୍ରକ୍ଟର(ନର୍ସିଂ) ପଦ ପାଇଁ ଆବେଦନ ମାଗିଛି । ବିଏସସି ସହ କିଛି ଶୈକ୍ଷଣିକ ଯୋଗ୍ୟତା ଆଶାୟୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନ/ ବିଶ୍ୱବିଦ୍ୟାଳୟ ରୁ ନର୍ସିଂ କରିଥିଲେ ଏହି ପଦରେ ୧୫ ଅକ୍ଟୋବର ମଧ୍ୟ ଆବେଦନ କରିପାରିବେ ।

Get real time updates directly on you device, subscribe now.